ଭେଙ୍କଟେଶ୍ୱର ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ

 ପଟ୍ଟାମୁଣ୍ଡାଇ :  ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ କ୍ରୀଡା ଉସôବ ୩ଦିନ ଧରି ଏମ ଏନ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ କ୍ରୀଡା ଉତ୍ସବକୁ ସ୍କୁଲ ନିଦେ୍ର୍ଦଶକ ଆଡଭୋକେଟ ସଞ୍ଜୟ ସାହୁ ଉଦ୍ଘାଟନ କରିଥିଲେ । ଅଧ୍ୟକ୍ଷ ପ୍ରତାପ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍ଘାଟନୀ ଉସôବରେ ଇଣ୍ଡିଆନ ବ୍ୟାଙ୍କ ଶାଖା ପରିଚାଳକ ଚଦ୍ରକାନ୍ତ ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡାର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ତପସ୍ୱିନୀ ପ୍ରଧାନ ଓ ବୀରସେନ ଜେନାଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ପତିତପାବନ ମନ୍ଦିର ନିକଟରୁ କ୍ରୀଡ଼ା ମଶାଲ ଧରି ଏମ୍ଏନ୍ ହାଇସ୍କୁଲ ପଡିଆରେ ପହଞ୍ଚô ଥିଲେ । ଉଦ୍ଘାଟନ ଉସôବରେ ସୁମନପ୍ରିୟା ସ୍ୱାଗତଭାଷଣ ଓ ଗୌରବ ବେହୁରା ଅତିଥି ପରିଚୟ ସହ ବିବରଣୀ ପାଠ କରିଥିଲେ । ଶେଷରେ ରାକେଶ ସୂତାର ଧନ୍ୟବାଦ ଦେଇଥିଲେ ।  ଅମିତ ସାହୁ, ରିଙ୍କେଶ୍ୱରୀ ଦାସ, ପ୍ରିୟଙ୍କା ସୂତାର, ବିନିମୟୀ ଜେନା ସୌମ୍ୟ ରଞ୍ଜନ ପଣ୍ଡା ଅରବିନ୍ଦ ପରିଡାଙ୍କ ତତ୍ୱାବଧାନରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଉଦ୍ୟାପନୀ ଉତ୍ସବରେ ଏମ୍ଏନ୍ ହାଇସ୍କୁଲ ପ୍ରଧାନଶିକ୍ଷକ ସୁଜୟ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶରେ କ୍ରୀଡାର ମହତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । କାମିନୀ ମହାନ୍ତି ସ୍ୱାଗତଭାଷଣ ଓ ମୋନାଲିସା ରାୟ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ମଧୁସ୍ମିତା ଗିରି ଧନ୍ୟବାଦ ଦେଇଥିଲେ । ଏହି ପ୍ରତିଯୋଗିତାକୁ ସୋନାଲିସା ପରିଡା, ଜ୍ୟୋସô୍ନାରାଣୀ ନାୟକ, ପ୍ରବୀର ବାରିକ, ଆଶୁତୋଷ ପ୍ରଧାନ, ଭକ୍ତରଞ୍ଜନ ମହାନ୍ତି ପ୍ରମୁଖ ପରିଚାଳନା କରିଥିବାବେଳେ, ବିଷ୍ଣୁ ପ୍ରିୟା ପାତ୍ର, ଅରୁନ୍ଧତୀ ଦାସ, ପ୍ରିୟଦର୍ଶନୀ ବାରିକ, ଆଶାଲତା ମଲ୍ଲିକ, ଶ୍ରୀଧର ବାରିକ ଓ ପାର୍ବତୀ ବାରିକ ପ୍ରମୁଖ ପରିଚାଳନା କରିଥିଲେ ।