ବର୍ଣ୍ଣବୋଧ ବଣ୍ଟନ ଉତ୍ସବ 

ସାରସକଣା:   ଓଡିଶା ସରକାରଙ୍କ ଓଡିଆ ପକ୍ଷ ଦିବସ ଉପଲକ୍ଷେ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସ୍କୁଲମାନଙ୍କରେ ପିଲାମାନଙ୍କୁ ମଧୁ ବର୍ଣ୍ଣବୋଧ ବଣ୍ଟନ କରାଯାଇଛି । ଅନୁଷ୍ଠାନର ସଭାପତି ତଥା ସାରସକଣା ବିଧାୟକ ଭାଦବ୍ ହାଁସଦାଙ୍କର ନେତୃତ୍ୱରେ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ ଓ ଯୁଗ୍ମ ସମ୍ପାଦକ ଏକାଦଶୀ ମହାନ୍ତ ମଧୁବର୍ଣ୍ଣବୋଧ ବଣ୍ଟନ କରିଛନ୍ତି । ପ୍ରଥମେ ଝାଡଖଣ୍ଡ ରାଜ୍ୟର ଉତକ୍ରମିତ ମଧ୍ୟବିଦ୍ୟାଳୟ, ବନାବୁଡାରେ ଉପସ୍ଥିତ ହୋଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ଉପସ୍ଥିତିରେ ୪୧ଜଣ ଛାତ୍ରଛାତ୍ରୀଙ୍କୁ, ଉତ୍କ୍ରମିତ ମଧ୍ୟବିଦ୍ୟାଳୟ ରଘୁନାଥପୁରରେ ୯୦ ଜଣ ଛାତ୍ରଛାତ୍ରୀଙ୍କୁ, ଉତ୍କ୍ରମିତ ମଧ୍ୟବିଦ୍ୟାଳୟ ଶାସନରେ ୭୭ଜଣ ଛାତ୍ରଛାତ୍ରୀଙ୍କୁ, ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଖଣ୍ଡାମୌଦାରେ ୮୭ଜଣ ଛାତ୍ରଛାତ୍ରୀଙ୍କୁ, ପିଏମ୍ଶ୍ରୀ ଯୁକ୍ତଦୁଇ ଉଚ୍ଚ ବିଦ୍ୟାଳୟ, ଖଣ୍ଡାମୌଦାରେ ୫୧ଜଣ ଛାତ୍ରଛାତ୍ରୀ, ଓଡିଆ ମଧ୍ୟବିଦ୍ୟାଳୟ ଅଡଙ୍ଗରେ ୪୭ଜଣ ଛାତ୍ରଛାତ୍ରୀ ଓ ଗୁଇହ୍ୟାପାଳ ଓଡିଆ ମଧ୍ୟବିଦ୍ୟାଳୟରେ ୧୦୭ଜଣ ଛାତ୍ରାଛାତ୍ରୀଙ୍କୁ ମଧୁବର୍ଣ୍ଣବୋଧ ବଣ୍ଟନ କରିଛନ୍ତି  । ଏଥିରେ ଓଡିଆ ଶିକ୍ଷକ ରାଜେଶ କୁମାର ପ୍ରହରାଜ, ସପନ କୁମାର ବେରା ଏବଂ ଓଡିଆ ଭାଷା ପ୍ରେମୀ ମନୋରଞ୍ଜନ ଗିରି, ରତିକାନ୍ତ ସିଟ୍ ଆଦି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି ।
ବୈଶିଙ୍ଗା,୮ା୪: ବୈଶିଙ୍ଗା ଥାନା ଅନ୍ତର୍ଗତ ରାଇକମା ଆଶ୍ରମ ସ୍କୁଲରେ ଓଡ଼ିଆ ପକ୍ଷ ପାଳନର ବର୍ଣ୍ଣବୋଧ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତି ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହସ୍ତାକ୍ଷର ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ରୂପେ ଭକ୍ତ କବି ମଧୁସୂଦନ ରାଓଙ୍କ ଦ୍ୱାରା ଲିଖିତ ବର୍ଣ୍ଣବୋଧ ପ୍ରଦାନ କରଯାଇଥିଲା । ଏଥିସହିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡଃ ସସ୍ମିତା ବେହେରା, ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କୃଷ୍ଣଚନ୍ଦ୍ରପୁର । ବେତନଟୀ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ତଥା ସମାଜସେବୀ  ଗୌରାଙ୍ଗ ସାହୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଓ ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ପରିଚାଳନା କରିଥିଲେ ଏବଂ ସମସ୍ତ ଶିକ୍ଷୟିତ୍ରୀ ସୁବାସିନୀ ପରିଡା, ସରସ୍ୱତୀ ଜେନା, ଦୀପାଞ୍ଜଳି ଦାସ, ପ୍ରତିମା ପରିଡା, ସୁକାନ୍ତି ,ବିଶ୍ୱାଳ, ମାଳତୀ ମାଝୀ, ମଣ୍ଟୁ ମାରାଣ୍ଡି ପ୍ରମୁଖ ସହଯୋଗ କରିଥିଲେ ।