କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

 ସାଲେପୁର : ସାଲେପୁର ହାଇସ୍କୁଲ ଆଲୁମିନି ଆସୋସିଏସନ୍ ପକ୍ଷରୁ ସ୍କୁଲର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସାଲେପୁର ହାଇସ୍କୁଲ ଆଲୁମିନି ଆସୋସିଏସନ୍ର ସଭାପତି ମିହିର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳିତ ମାଟ୍ରିକ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟର ୩ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ନନ୍ଦ କିଶୋର ଭୂୟାଁ, ସାଲେପୁର କଲେଜର  ପୂର୍ବତନ ଅଧ୍ୟକ୍ଷ ହଳଧର ସାହୁ, ଉମେଶ ଚନ୍ଦ୍ର ପତି, ଆଲୁମିନି ଆସୋସିଏସନ୍ ସଂପାଦକ ତ୍ରିଲୋଚନ ଶତପଥି, ସାଲେପୁର ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀକାନ୍ତ, ଶିକ୍ଷକ ବିଜୟ କୁମାର ଷଡ଼ଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପୁରାତନ ଛାତ୍ର ସମ୍ବିତ୍ ଦାସ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ।