ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ
ବାଲିଅନ୍ତା : ବାଲିଅନ୍ତା ଥାନା ପରିସରରେ ଶନିବାର ସନ୍ଧ୍ୟା ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ବାଲିଅନ୍ତା ଶାରଦୀୟ ଦୁର୍ଗାପୂଜାକୁ ଡିଜେ ମୁକ୍ତ ରୋଷଣୀ, ନିଶା ମୁକ୍ତ ଭସାଣି କରି ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ବାଲିଅନ୍ତା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଥାନା ଅଞ୍ଚଳର ୨୦ଟି ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ । ପୂଜା ପାଇଁ ପ୍ରଥମେ କମିଟିର କର୍ମକର୍ତ୍ତାମାନେ ନିକଟସ୍ଥ ବିଦୁ୍ୟତ୍ ବିଭାଗ,ଅଗ୍ନିଶମ ବିଭାଗ, ନିକଟସ୍ଥ ଥାନରୁ ୨୫ ତାରିଖ ପୂର୍ବରୁ ଅନୁମତି ପତ୍ର ଆଣିବା ପାଇଁ ଶ୍ରୀ ପରିଡ଼ା ସମସ୍ତ ଦୁର୍ଗାପୂଜା କମିଟି ସଭାପତି ମାନଙ୍କୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବାଳକାଟି ଫାଣ୍ଡି ଅଧିକାରୀ ରମାନନ୍ଦ ସାହୁ ଓ ମାନସ ରଞ୍ଜନ ମଲ୍ଲିକ ଉପସ୍ଥିତି ଥିଲେ ।