ବର୍ଷାରେ କେରଡାଗଡ ବଡଦାଣ୍ଡ ବେହାଲ

 ରାଜନଗର  : ରାଜନଗର ବ୍ଲକର ଅନ୍ୟତମ ଜଗନ୍ନାଥ ପୀଠ କେରଡାଗଡ ବଡଦାଣ୍ଡ ସାମାନ୍ୟ ବର୍ଷାରେ ବେହାଲ ହୋଇପଡିଛି । ଉଦ୍ବୃତ ବର୍ଷାଜଳ ଜମିରହି କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରିଛି । ବସନ୍ତ ବଗିଚା ସମ୍ମୁଖ ବଡଦାଣ୍ଡର ବ୍ୟାଙ୍କ ଅଫ ବରୋଦା ନିକଟରେ ଫୁଟରୁ ଉଦ୍ଧ୍ୱର୍ ବର୍ଷାଜଳ ଜମି ରହିଛି । ପୂର୍ବରୁ ଏହି ବର୍ଷାଜଳ ନିଷ୍କାସନ ପାଇଁ ସରକାରୀ ଆର୍ୟୁବେଦିକ ଚିକିସôାଳୟ ନିକଟ ଦେଇ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କରାଯାଇଥିଲା । ସମୟକ୍ରମେ ଡ୍ରେନ ଭାଙ୍ଗିଯାଇ ପୋତି ହୋଇଯିବା ଫଳରେ ବର୍ଷାଜଳ ନିଷ୍କାସନରେ ବାଧା ଉପୁଜିଛି । ଆଗକୁ ଆସୁଛି ରଥଯାତ୍ରା । କେବଳ ଏହି ବ୍ଲକ ନୁହେଁ, ନିକଟସ୍ଥ ଆଳି, ପଟ୍ଟାମୁଣ୍ଡାଇ, ମହାକାଳପଡା ପ୍ରଭୃତି ବ୍ଲକରୁ ହଜାର ହଜାର ସଂଖ୍ୟାରେ ଜନସମାବେଶ ହେବ । ଏପରି ସ୍ଥିତିରେ ମନ୍ଦିରଠାରୁ କିଛିଦୂର ବଡଦାଣ୍ଡରେ ବର୍ଷାଜଳ ଜମି ରହିବା ଅଶ୍ୱସ୍ତିକର ପରିବେଶ ସୃଷ୍ଟି କରିବ । ପୂର୍ବରୁ ଡ୍ରେନ ନିର୍ମାଣ ହୋଇଥିବା ସରକାରୀ ଜାଗାକୁ ଜବରଦଖଲ କରି କିଛି ମୁଷ୍ଟିମେୟ ବ୍ୟକ୍ତି ଘର ନିର୍ମାଣ କରିବା ଫଳରେ ଡ୍ରେନର ପୁନଃନିର୍ମାଣ ହୋଇପାରୁନି କିମ୍ବା ବର୍ଷାଜଳ ନିଷ୍କାସନ ପାଇଁ କୈ÷ାଣସି ବ୍ୟବସ୍ଥା କରାଯାଇ ପାରୁନାହିଁ ବୋଲି ମନମୋହନ ବେହେରା, ଶରତ ନାୟକ, ଗଦାଧର ସାହୁ, ଶରତ ସ୍ୱାଇଁ, ରମେଶ ରାଉଳ, ପବନ ବେହେରା, ନରହରି ମଳିକ ପ୍ରମୁଖ ଅଭିଯୋଗ କରିଛନ୍ତି । ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ଗ୍ରହଣ କରିବା ସେମାନେ ଦାବୀ କରିଛନ୍ତି ।