ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ 

 ବାଣପୁର : ବାଣପୁର ଅଞ୍ଚଳର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ବିଧାରପୁରସ୍ଥିତ ପରିଡା ପାଠାଗାରରେ ସାହିତ୍ୟ ସିନ୍ଦୁରା ପକ୍ଷରୁ ଗୋପବନ୍ଧୁଙ୍କ ୯୭ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଛି । ଏଥିରେ ଅନୁଷ୍ଠାନ ପ୍ରତିଷ୍ଠାତା ଶିକ୍ଷାବିତ୍ ଗୋଲୋକ ବିହାରୀ ପରିଡା ସଭାପତିତ୍ୱ କରିଥିବା ବେଳେ, ଡ. ନୃସିଂହ ଚରଣ ପ୍ରଧାନ ମୁଖ୍ୟ ଅତିଥି ସାମ୍ବାଦିକ ଅଶୋକ କୁମାର ପାଇକରାୟ ମୁଖ୍ୟ ବକ୍ତା ଓ ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଗୋପବନ୍ଧୁଙ୍କ ଜୀବନୀର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଜ୍ଝଅନ୍ୟ ମାନଙ୍କ ମଧ୍ୟରେ କବି ପୁରୁଷୋତ୍ତମ ମହାପାତ୍ର ଡ଼ଃ ଚିନ୍ତମଣି ମିଶ୍ର ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ସୃତି ପଟ୍ଟନାୟକ ଲଷ୍ମୀ ଚରଣ ପ୍ରଧାନ କବି ବାଳମୁକୁନ୍ଦ ଦାସ ସନ୍ଧ୍ୟା ରାଣୀ ହରିଚନ୍ଦନ ଦେବରାଜ ପାଲଟାସିଂହ ସାମ୍ବାଦିକ ବ୍ରଜ କିଶୋର ଜେନା ପ୍ରମୁଖ  ଗୋପବନ୍ଧୁଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପନ୍ତା କୁଳିଆ କବି ବି ଦିଗମ୍ବର ଓ ସୁଶ୍ରୀ ସୁନିତା ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।