ବଳଙ୍ଗା ପୀଡ଼ିତାଙ୍କ ଭିଡ଼ିଓ ଭାଇରାଲ ତଦନ୍ତ ପରେ କାର୍ଯର୍ର୍୍ୟାନୁଷ୍ଠାନ : ଏସ୍ପି
ପୁରୀ: ନିଆଁରେ ପୋଡ଼ିଯାଇ ଚିକିସôାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତୁ୍ୟ ପରେ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି । ସେ ଚିକିସôାଧୀନ ଥିବା ବେଳେ ତାଙ୍କର ବୟାନ ରେକର୍ଡ଼ କରାଯାଉଥିବାର ଭିଡ଼ିଓ ଉତ୍ତୋଳନ କରାଯାଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହାପରେ ଭିଡ଼ିଓର ସତ୍ୟାସତ୍ୟ ଯାଞ୍ଚ ସହ ଏହି ଭିଡ଼ିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।
ଭଏସ ଅଫ କମନ ମ୍ୟାନ ଅନୁଷ୍ଠାନର ସଭାପତି ହେକ୍ଟର ମିଶ୍ର ପୁଲିସ ମହାନିଦେ୍ର୍ଦଶକଙ୍କୁ ପତ୍ର ଲେଖି ଜୁଭେନାଇଲ ଜଷ୍ଟିସ ଆକ୍ଟ ୭୪ ଧାରାରେ ଉଲ୍ଲଂଘନ ହୋଇଥିବା ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖି ଏସ୍ପି ପିନାକ ମିଶ୍ର କହିଛନ୍ତିଯେ, ଭିଡ଼ିଓର ସତ୍ୟାସତ୍ୟ ଯାଞ୍ଚ ସହ ଭିଡ଼ିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ସାଇବର ଟିମ୍ର ସହଯୋଗ ନିଆଯିବ । ଏହି ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ଆଇନ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରାଯାଇଛି । ଏସଂପର୍କରେ ପୀଡ଼ିତାଙ୍କ ପରିବାର ଓ ସଂପର୍କୀୟଙ୍କୁ ମଧ୍ୟ ଅବଗତ କରାଯାଇଛି । ଫୋରେନ୍ସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଘଟଣାର ତଦନ୍ତ ପରେ ସମସ୍ତ ତଥ୍ୟ କୋର୍ଟକୁ ପ୍ରଦାନ କରାଯିବ । ପୀଡ଼ିତା ନାବାଳିକା ହୋଇଥିବାରୁ ତାଙ୍କର ନାମ କିମ୍ବା ଭିଡ଼ିଓ ଭାଇରାଲ ହୋଇପାରିବ ନାହିଁ । ଏହା ଜୁଭେନାଇଲ ଜଷ୍ଟିସ ଆକ୍ଟ ୭୪ ଧାରାର ଉଲ୍ଲଂଘନ । ସୂଚନାଯୋଗ୍ୟଯେ, କେତେକ ପୁଲିସ୍ ଅଧିକାରୀ ଘଟଣା ସମ୍ପର୍କରେ ପଚରାଉଚରା କରିବା ନେଇ ପୀଡ଼ିତା ଯେଉଁ ବୟାନ ଦେଉଛନ୍ତି ତାହାର ଏକ ଭିଡ଼ିଓ କ୍ଳିପିଂ ଭାଇରାଲ୍ ହୋଇଛି ।