ବଳଦେବସ୍ୱାମୀ ମନ୍ଦିରରେ ବଡ ଏକାଦଶୀ
ବୁଗୁଡ଼ା : ସ୍ଥାନୀୟ ଶ୍ରୀ ବଳଦେବସ୍ୱାମୀ ମନ୍ଦିରରେ ଶ୍ରୀବିଷ୍ଣୁ ପାର୍ଶ୍ୱପରିବର୍ତ୍ତନ ଏକାଦଶୀ ତଥା ବଡ ଏକାଦଶୀ ଉତ୍ସବ ଯଥା ରୀତିନୀତି ପ୍ରକାରେ ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହୋଇଯାଇଛି । ଏ ଅବସରରେ ପ୍ରାତଃ କାଳରେ ଠାକୁରଙ୍କ ଅବକାଶ ନୀତି ସମ୍ପନ୍ନ ପରେ ଶାଳଗ୍ରାମ ଗାଧୁଆ, ମହାସ୍ନାନ, ମନ୍ତ୍ରସ୍ନାନ ଏବଂ ପୂର୍ବାହ୍ନରେ ଷୋଡଶ ଉପଚାର ପୂଜା, ମଙ୍ଗଳ ଆଳତି ଓ ସୁନାବେଶ ବିଧି ପାଳନ କରାଯାଇଥିବାବେଳେ ସନ୍ଧ୍ୟାରେ ଦୋଳଗୋବିନ୍ଦଙ୍କ ଏକାଦଶୀ ବେଢା ପରିକ୍ରମା ସାଙ୍ଗକୁ ରାଜପ୍ରସାଦ ଭୋଗ ନୀତି ଅନୁଷ୍ଠିତ ହୋଇଥିଲା । ଏହି ବଡ ଏକାଦଶୀ ଉତ୍ସବରେ ପୂଜକ ଲକ୍ଷ୍ମୀ ପାଣି, ଟୁଲୁ ପାଣି, ଟୁକୁନା ପାଣି ପ୍ରମୁଖ ଠାକୁରଙ୍କ ପୂଜାପାଠ କରିଥିବାବେଳେ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।