ଇକୋ ସେନ୍ସିଟିଭ ଜୋନରେ ସର୍ଭେ କାର୍ଯ୍ୟ ଆରମ୍ଭ

ବାରଙ୍ଗ : ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବା ପାଇ ଉଦ୍ୟମ ଆରମ୍ଭ ହୋଇଛି । ଏଥିନିମନ୍ତେ ସରକାରଙ୍କ ପକ୍ଷରୁ ଲକ୍ଷଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ଆସିବା ଆରମ୍ଭ କରିଛି । ନନ୍ଦନକାନନ ପକ୍ଷରୁ ଇକୋ ସେନ୍ସିଟିଭ ଜୋନକୁ ନେଇ ସର୍ଭେ କାମ ଆରମ୍ଭ କରାଯାଇଛି । ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା ମାଷ୍ଟରପ୍ଲାନ୍ ପାଇଁ ଏହି ସର୍ଭେ କାମ କରାଯାଉଥିବାର ଜଣାପଡିଛି । ଏହି ସର୍ଭେ କାମର ଦାୟିତ୍ୱ ଏକ ସ୍ୱେଚ୍ଛାସେବୀସଂଗଠନ ଚନ୍ଦନମ୍କୁ ଦାୟିତ୍ୱ ଦିଆଯାଇଛି । ଏହି ସଂଗଠନ ପକ୍ଷରୁ ଅବସରପ୍ରାପ୍ତ ଫରେଷ୍ଟ ଅଫିସର ଭୀମସେନ ମହାରଣା, ଦୀପକ ରଂଜନ ଖିଲାର, ପ୍ରବୋଧ ଚନ୍ଦ୍ର ନାୟକଙ୍କୁ ନେଇ ଗଠିତ ୩ଜଣିଆ ଦଳ ଦୁଇଦିନ ଧରି ନନ୍ଦନକାନନ ପାଦଦେଶର ଇକୋ ସେନ୍ସିଟିଭ ଅଞ୍ଚଳକୁ ଗ୍ରସ୍ତ କରି ସେଠାରେ ଗଢି ଉଠିଥିବା ହୋଟେଲ,ପାନ ଦୋକାନୀ ଓ ଅନ୍ୟାନ୍ୟ ବ୍ୟବସାୟୀ ମାନଙ୍କ ଅସୁବିଧା ଓ ସୁବିଧା ବିଷୟ ରେ ପଚାରି ବୁଝି ଏକ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । ଏହି ସର୍ଭେ ପରେ ନନ୍ଦନକାନନ ବସଷ୍ଟାଣ୍ଡର ରୂପରେଖ ଖୁବ୍ ଶୀଘ୍ର ବଦଳିବାକୁ ଯାଉଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।