ଅଭିରାମ ପଣ୍ଡାଙ୍କ ଶ୍ରାଦ୍ଧଉସôବ ଓ ସମ୍ବର୍ଦ୍ଧନା ସଭା

 ଭଣ୍ଡାରିପୋଖରୀ: ବିଷ୍ଣୁପୁର ପଞ୍ଚାୟତର କେନାଲ ଛକଠାରେ ଆଞ୍ଚଳିକ ସ୍ୱାମୀ ବିବେକାନନ୍ଦ ଗୁରୁକୁଳ ଆଶ୍ରମ ପରିସରରେ ଅଭିରାମ ପଣ୍ଡା ସ୍ମୃତି ସଂସଦ ଆନୁକୁଲ୍ୟରେ ଶିକ୍ଷାବିତ ସ୍ୱର୍ଗତ ଅଭିରାମ ପଣ୍ଡାଙ୍କ ଷଷ୍ଠ ଶ୍ରାଦ୍ଧଉସôବ ପାଳିତ ହୋଇଯାଇଛି । ଏହି ସଭାରେ ଅନୁଷ୍ଠାନର ସ୍ଥାୟୀ ସଭାପତି ପ୍ରଭାକର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବରେ ଅଟଳ ବିହାରୀ ନାୟକ, ମୁଖ୍ୟବକ୍ତା ଇଂ ଅଭୟ ସୂତାର, ବିଶିଷ୍ଟ ଅତିଥିଭାବେ ରବୀନ୍ଦ୍ର କୁମାର ଜେନା, ଶଶିଶେଖର କରଶର୍ମା,ଜାନକୀ ପାଢ଼ୀ, ନାଟ୍ୟକାର ଅରୁଣ ବାରିକ, ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ନାୟକ, ପ୍ରଭାତ କୁମାର ଖିଲାର , ଡା ନିରଞ୍ଜନ ଓଝା, ପ୍ରଫୁଲ୍ଲ ସାହୁ, ନଗେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ସ୍ୱର୍ଗତ ଅଭିରାମ ପଣ୍ଡାଙ୍କ ଜୀବନର ଗୁଣାବଳୀ ଆଲୋଚନା କରିବା ସହ ପୂଜ୍ୟପୂଜାର ଏହି କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନକୁ ସାଧୁବାଦ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଂପାଦକ ପ୍ରଫୁଲ୍ଲ କୁମାର ନାୟକ ସଂପାଦକୀୟ ବିବରଣୀ ପାଠ କରିଥିବାବେଳେ ନିର୍ମଳ ଚନ୍ଦ୍ର ସ୍ୱାଇଁ ସ୍ମାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ମିତା ରେଖା ପାତ୍ର ' ବେଦ ପାଠ ଏବଂ ସ୍ମୃତି ସଂଗୀତ ଗାନ କରିଥିଲେ ।ଏହିଅବସରରେ ଶିକ୍ଷା, ସାହିତ୍ୟ, ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଶିକ୍ଷାବିତ ଶ୍ରୀବସô କରଶର୍ମା, ବସନ୍ତ କୁମାର ଲେଙ୍କା, ଦେବେନ୍ଦ୍ର ପଣ୍ଡା, ସରୋଜ କୁମାର ପଣ୍ଡା, ସାମ୍ବାଦିକତାରେ ସନାତନ ରାଉତ, ଦୀପ୍ତିରଂଜନ ସାହୁ ଏବଂ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଷ୍ଣୁପୁର ପଞ୍ଚାୟତରେ ସର୍ବୋଚ୍ଚ ନମ୍ବର ରଖିଥିବା କୃତୀ ଛାତ୍ର ପ୍ରଶାନ୍ତ କୁମାର ଦଳାଇଙ୍କୁ ସମ୍ମାନିତ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ସର୍ବଶ୍ରୀ ବିକାଶ ସାମଲ, ଗୁରୁଜୀ ସଂଗ୍ରାମ କିଶୋର ସାହୁ, ଅରୂପାନନ୍ଦ ନାୟକ, ପ୍ରଦୁ୍ୟମ୍ନ ଖିଲାର, ଗୁରୁମା ରୀନାରାଣୀ ବେହେରା, ବନ୍ଦିତା ଦାସ, ଶୁଭସ୍ମିତା ପେଡ଼ା, ସୁପ୍ରିୟା ନାୟକ, ସୌଦାମିନୀ ଖିଲାର, ସୁନିତା ନାୟକ, ଶୁଭସ୍ମିତା ପଣ୍ଡା, ଲୋପାମୁଦ୍ରା ନାଥ, ସୁପ୍ରୀତି ଲେଙ୍କା, ଶ୍ରାବଣୀ ପୁଷ୍ପା ପାତ୍ର, ଶୁଭଶ୍ରୀ ପଣ୍ଡା, ମୋନିକା ପ୍ରିୟଦର୍ଶନୀ ହୋତା ପ୍ରମୁଖ ପରିଚାଳନା କରିଥିଲେ  ।