ବସ୍‌ ବାଇକ ମୁହଁମୁହିଁ : ୨ ମୃତ 

ବସ୍‌ ବାଇକ ମୁହଁମୁହିଁ : ୨ ମୃତ 

ଆଠଗଡ଼ : ଆଜି ଆଠଗଡ଼ ୬୫ ନମ୍ବର ରାଜ୍ୟ ରାଜପଥ ଖୁଣ୍ଟୁଣୀ-ଆଠଗଡ଼ ରଥଗଡ଼ା ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ଘଟଣା ସ୍ଥଳରେ ଦୁଇ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଆଠଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି  ।

  ସୂଚନା ମୁତାବକ, ଘରୋଇ ବସଟି ଆଠଗଡ଼ରୁ ଯାତ୍ରୀନେଇ ଖୁଣ୍ଟୁଣୀ ଅଭିମୁଖେ ଯାଉଥିଲା । ରଥଗଡ଼ା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌  ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହୀ ଏବଂ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଥିଲେ । ପରେ ଦୁଇ ଗୁରୁତରଙ୍କୁ ଆଠଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି । ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।