ଟ୍ରକ ପଛକୁ ପିଟିଲା ବସ ୨ ଗୁରୁତର, ୬ ଆହତ

 ଭଦ୍ରକ :୧୬ନମ୍ବର ଜାତୀୟ ରାଜପଥ ନଲାଙ୍ଗ ଛକ ପେଟ୍ରୋଲ ପମ୍ପ ନିକଟରେ ଯୋଶଦା ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଘଟି ୨ ଜଣ ଗୁରୁତର ଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲୀପ ରାଉତରାଏ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ଗୁରୁତର ଏବଂ ଆହତ ଲୋକଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିଛନ୍ତି  । ତେବେ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବାବେଳେ, ଟ୍ରକ୍କୁ ହଟାତ ପଛ ପଟେ ଧକା ହେବା ଫଳରେ ଏହି ଦୁର୍ଦ୍ଦଟଣା ଘଟିଥିଲା  । ବସ ସମ୍ମୁଖରେ ବସି ଥିବା ଯାତ୍ରୀ ଗୁରୁତର ହୋଇଥିବା ବେଳେ, ଅନ୍ୟମାନେ ଆହତ ହୋଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଁଚି ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିସôାଳୟ ଭର୍ତ୍ତି କରିଥିଲେ  । ବସ ଟ୍ରକକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।