ଖୁଲମ୍ ଖୁଲା ଚାଲିଛି ଚୋରା ବେପାର

 ବନ୍ତ : ସରକାର ଚେରା ମଦକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଠିପି ବନ୍ଦ ମଦ ଦୋକାନ ଖୋଲିଛନ୍ତି । କିନ୍ତୁ ଏବେ ପୋଲିସ ବିଭାଗରେ କିଛି ତଳିଆ କର୍ମଚାରୀଙ୍କୁ ହାତେଇ ମଦ ବେପାର ଚାଲିଛି । ବଜାରରେ ଗଢିଉଠିଥିବା ଖୋଲମ ଖୋଲା ଚୋର ମଦ, ଧଳା ଜହର ଓ ଗଞ୍ଜେଇ ଦିନକୁ ଦିନ ବେପାର ବୃଦ୍ଧି ପାଉଥିବା ଯୋଗୁଁଜନସାଧାରଣକୁ ଅତିଷ୍ଟ କରିଦେଉଛି । ଏହା ଉପରେ ସରକାର ପ୍ରଶାସନ ଅଙ୍କୁଶ ଲଗାଇବା ପରେ ତମାଖୁ ବର୍ଜନ, ମଦମୁକ୍ତି ଅଭିଯାନ ଜୋର୍ ଧରିଛି । ଏହି ମଦ ମୁକ୍ତ ଅଭିଯାନରେ ସାମିଲ ହୋଇଛନ୍ତି ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀ ସଂଗଠନ । ବନ୍ତ ବ୍ଲକର ରାମପୁର, ରାମକୃଷ୍ଣପୁର, ଓଡଙ୍ଗ, ଗଣିଜାଙ୍ଗ, ଛୟାଳସିଂହ ସମେତ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଖୁଲମ୍ ଖୋଲା ଚୋରା ବେପାରୀଙ୍କ ଆଡାସ୍ଥଳି ପାଲଟିଛି  । ବିଶେଷ କରି ଗଣିଜାଙ୍ଗ, ଛୟାଳସିଂହ, ରାମପୁର, ରାମକୃଷ୍ଣପୁର, ଓଡଙ୍ଗ ପଞ୍ଚାୟତରେ ଗ୍ରାମ ବଜାରରେ ଖୋଲମ୍ ଖୋଲା ଭାବରେ ଚୋରା ୨ନମ୍ବରରି ମଦ ବିକ୍ରି କରୁଛନ୍ତି ଅଧିକ ଲାଭ ଆଶାରେ ଚୋରା ମଦ ବେପାରୀ  । ଗଣିଜାଙ୍ଗ ପଞ୍ଚାୟତ ପାଖରେ, ବଜାର, ତୁଣ୍ଡାବଜାର, ତରଡିପାଳ କେନାଲ ଛକ, କନ୍ତିଆ ଜେନା ସାହି,ସେହିପରି ରାମକୃଷ୍ଣପୁର ରାଇମଣି ବଜାରରେ ଦୋକାନୀ ମଧ୍ୟ ଖୋଲମ୍ ଖୋଲା କରୁଛନ୍ତି ଚୋରା ମଦ ସହିତ ୨ନମ୍ୱର୍ ବେପାର ।
ପୋଲିସ ଓ ଅବକାରୀ ବିଭାଗ ଛତ୍ର ଛାୟା ସମେତ ମାସିକିଆ ବଟିରେ ଚାଲିଛି ଚୋରା ମଦ ବେପାର । ବଜାରରୁ ଆରମ୍ଭ କରି ଗ୍ରାମରେ ଛକରେ ମଦ ବେପାର ସହିତ ମଦୁଆଙ୍କ ଖଟି, କିନ୍ତୁ ପ୍ରଶାସନ ସାଜିଛି ଦେଖଣାହାରି । ଦିନ ମଜୁରିଆ ମଧ୍ୟ ଦିନ ତମାମ୍ ଖଟି ସେହି ମଜୁରିରେ ପେଟେ ପିଇ ରାସ୍ତାରେ ପଡୁଥିବା ଦେଖିବାକୁ ମିଳୁଛି । ପ୍ରଶାସନ ଉପରେ ଭରଷା ତୁଟାଇ ମହିଳାଙ୍କ ସହିତ କେତେକ ସଂଗଠନ କର୍ମକର୍ତ୍ତା ଅଭିଯାନ ଚଳାଇଥିବା ବେଳେ, ପ୍ରଶାସନ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି । ଏବେ ଶିକ୍ଷିତ ଠାରୁ ଅଶିକ୍ଷିତ ଏହି ମାୟାରେ କବଳିତ ହୁଇ ବିଭିନ୍ନ ସମୟରେ ବଜାର ରାସ୍ତା ଘାଟରେ ଗଣ୍ଡଗୋଳ ଘଟାଇବା ସହିତ ଘରୋଇ ହିଂସା ଘଟାଉଛନ୍ତି । ସେହିପରି ବନ୍ତ ବ୍ଲକରେ ବିଭିନ୍ନ ଦେଶୀ, ବିଦେଶୀ ଥିବାବେଳେ ଅନେକ ମଦଦୋକାନ ରାସ୍ତା ପାର୍ଶ୍ୱରେ ଥିବା ବେଳେ ତାପଖାପାଖି ସ୍କୁଲ, କଲେଜ, ମେଡିକାଲ୍, ବଜାର ଥିବାରୁ ଏହାର କୁପ୍ରଭାବ ପଡୁଛି । ବିଭିନ୍ନ ଜାତୀୟ ରାଜପଥ ଓ ଗଳିକନ୍ଦିର ଗ୍ରାମ୍ୟ ରାସ୍ତା ପାର୍ଶ୍ୱରେ ଖୋଲମ ଖୋଲା ବିଷାକ୍ତ ରନ୍ଧା ମଦ । ଏହି ସବୁ ସମସ୍ୟା ପ୍ରତି ସରକାରୀସ୍ତରୀୟ ପୁଲିସ ଓ ଅବକାରୀ ବିଭାଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।