ଆଜି ଶାହଙ୍କ ସମାବେଶ; କୋରେଇ ବିଜେପିକୁ ମିଳିବ ବଳ

ଆଜି ଶାହଙ୍କ ସମାବେଶ; କୋରେଇ ବିଜେପିକୁ ମିଳିବ ବଳ

 ଯାଜପୁର : ଆସନ୍ତାକାଲି କୋରେଇକୁ ଆସୁଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । କୋରେଇ ନିର୍ବାଚନ ମଣ୍ଡଳୀର ପାଣିକୋଇଲି ଠାରେ ଶାହ ଜନସଭାକୁ ସମ୍ବୋଧିତ କରିବେ । ବିଜେପି ଫୋକସରେ ଓଡ଼ିଶା ରହିଥିବା ବେଳେ ତନ୍ମଧ୍ୟରେ କୋରେଇ ଫୋକସରେ ରହିଥିବା ଶାହଙ୍କ ଗସ୍ତ ସ୍ପଷ୍ଟ କରୁଛି । 
ନିର୍ବାଚନ ପାଇଁ ତାରିଖ ଘୋଷଣାରୁ ଆରମ୍ଭ କରି ପ୍ରାର୍ଥôଙ୍କ ନାଁ ଘୋଷଣା ପର୍ଯ୍ୟନ୍ତ ଯେଭଳି କୋରେଇ ନିର୍ବାଚନ ମଣ୍ଡଳୀ ଚର୍ଚାରେ ଥିଲା, ନିର୍ବାଚନକୁ ଆଉମାତ୍ର ମଝିରେ ୪ଟାଦିନ ରହିଥିବା ବେଳେ କୋରେଇ ଚର୍ଚ୍ଚାରେ ରହିଛି । ବିଜେପି ଏଠାରୁ ପ୍ରାକ୍ତନ ବିଧାୟକ ଆକାଶ ଦାସନାୟକଙ୍କୁ ପ୍ରାର୍ଥି କରି ବିଜେଡ଼ି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆକାଶଙ୍କୁ ଟକ୍କର ଦେବାକୁ ବିଜେଡ଼ି ଏଠି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥି କରିଛି । କୋରେଇରୁ କିଏ ବିଜେଡ଼ି ପ୍ରାର୍ଥି ହେବ, ତାହାକୁ ନେଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲାଗିରହିଥିଲା ସସପେନ୍ସ । ୨୦୧୪ରେ ବିଜେଡ଼ିରୁ ନିର୍ବାଚନ ଲଢି ବିଜୟି ହୋଇଥିବା ଆକାଶ ଟିକେଟ ଲାଇନରେ ରହିଥିବା ବେଳେ ୧୯ର ବିଜେତା ବିଧାୟକ ଅଶୋକ ବଳଙ୍କ ନାଁ ମଧ୍ୟ ଚର୍ଚାକୁ ଆସୁଥିଲା । ତାଙ୍କୁ ଟିକେଟ ମିଳୁନି ବୋଲି ସ୍ପଷ୍ଟ ହେବା ପରେ ବିଜେଡ଼ି ପ୍ରାର୍ଥି ଘୋଷଣାର ବହୁ ପୂର୍ବରୁ ଆକାଶ ଦଳଛାଡ଼ି ବିଜେପିରେ ଯୋଗ ଦେଲେ । ବିଜେପି ମଧ୍ୟ ତାଙ୍କ ନାଁ ପ୍ରଥମ ତାଲିକାରେ ଘୋଷଣା କଲା । ବିଧାୟକ ଅଶୋକ ଭରସା ରଖି ପଡ଼ିରହିଲେ ସତ ହେଲେ ଦଳ ତାଙ୍କ ବଦଳରେ ସନ୍ଧ୍ୟାରାଣୀଙ୍କ ନାଁ ଘୋଷଣା କଲା । ପ୍ରାକ୍ତନ ବିଧାୟକ ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀ ସନ୍ଧ୍ୟାରାଣୀଙ୍କ ପାଇଁ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ପ୍ରଚାର କରି ଫେରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାର ଜବାବ ଜନସଭାରେ ଦେବାକୁ ଶାହ ଆସୁଛନ୍ତି । କୋରେଇକୁ ବିଜେପି ତାର ଷ୍ଟାଟେଜିରେ ଏଗ୍ରେଡ଼ରେ ନେଇଛି । ଅର୍ଥାତ ବିଜେପି କୋରେଇକୁ ଫୋକସରେ ରଖିଛି । ସେଥିପାଇଁ ଶାହଙ୍କ କୋରେଇ ସମାବେଶ ଆୟୋଜନ ହୋଇଛି । ଶାହଙ୍କ ସମାବେଶରେ ଜିଲାରୁ ୫୦ହଜାର କର୍ମୀ-କାର୍ଯ୍ୟକର୍ତା ସମର୍ଥକ ସମବେତ ହେବେ ବୋଲି ଲକ୍ଷ୍ୟ ରଖିଛି ବିଜେପି । 
ସେଥିପାଇଁ ଦଳ ପକ୍ଷରୁ ପ୍ରସ୍ତୁତି କରାଯାଇଥିବା ବେଳେ କୋରେଇରୁ ୩୦ହଜାରରୁ ଅଧିକ ସମର୍ଥକଙ୍କୁ ସମାବେଶରେ ସାମିଲ ହେବେ ବୋଲି ଟାର୍ଗେଟ ନିଆଯାଇଛି । ଭାଷଣରେ ବିରୋଧୀଙ୍କୁ  ଟାର୍ଗେଟ କରିବାରେ ଓସ୍ତାଦ ଶାହ ବିଜେଡ଼ି ଗଡ଼ରେ ଦଳୀୟ କର୍ମୀଙ୍କୁ ବଳ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୫-ଟି ଅଧ୍ୟକ୍ଷ, ବିଜେଡ଼ି ସଂଗଠନ ସଂପାଦକଙ୍କ ସଂପର୍କରେ କ’ଣ କହିବେ ତାକୁ ଅନାଇ ବସିଛନ୍ତି ବିଜେପି ସମର୍ଥକ । ବୁଥ ସବଳ ନଥିଲେ ବି ବିଜେପି ପରିବର୍ତନର ନାରା, ମୋଦିଙ୍କ ଗ୍ୟାରେଣ୍ଟି ଅନେକଙ୍କୁ ଛୁଇଁ ପାରୁଥିବାରୁ ଶାହଙ୍କ ଗସ୍ତ କର୍ମୀ ଏବଂ କାର୍ଯ୍ୟକର୍ତାଙ୍କୁ ବଳ ଯୋଗାଇବ । ଶାହଙ୍କ ଗସ୍ତକୁ ସଫଳ କରିବାକୁ କୋରେଇ ବିଜେପି ଲାଗିପଡ଼ିଥିବା ବେଳେ ବିଧାୟକ ପ୍ରାର୍ଥି ଆକାଶ ଦାସନାୟକ ମା’ତାରିଣୀ ମହାବିଦ୍ୟାଳୟ ପଡିଆରେ ପହଁଚି  ପରିଦର୍ଶନ କରିବା ସହ କାର୍ଯ୍ୟକ୍ରମର ପ୍ରସ୍ତୁତି କରିଛନ୍ତି । ଶାହଙ୍କ ସମାବେଶ ସଫଳତା ଆଣିଦେବ ବୋଲି ପ୍ରାର୍ଥô ଆକାଶ ଦାସନାୟକ ଆଶାବାଦୀ ରହିଥିବା ବେଳେ କର୍ମୀ ଏବଂ କାର୍ଯ୍ୟକର୍ତା ବେଶ ଉସôାହିତ ହୋଇପଡ଼ିଛନ୍ତି ।