ରାଷ୍ଟ୍ରପତିଙ୍କ ଜନ୍ମଦିନ ପାଳିତ
ବେତନଟୀ : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ୬୭ତମ ଜନ୍ମ ଦିବସ ନୂଆଦିଲ୍ଲୀ ଇଣ୍ଟରନ୍ୟାସନାଲ୍ ନେଚରପାଥି ଅର୍ଗାନାଇଜେସନ ଏବଂ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବେତନଟୀର ମିଳିତ ସହଯୋଗରେ ଗୁରୁ ପ୍ରସାଦ ଆଇଟିଆଇ ଏବଂ ସାରଦା ଗୁରୁକୁଳ ଶିକ୍ଷାକେନ୍ଦ୍ର ବେତନଟୀ ପରିସରରେ ପାଳିତ ହୋଇଯାଇଛି । ଭାରତୀୟ ରେଡ୍କ୍ରସ ସୋସାଇଟିର ଭାଇସ୍ ପେଟ୍ରୋନ ଡ. ରମାକାନ୍ତ ମହାନ୍ତିଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବେତନଟୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷା ସଂଯୁକ୍ତା ଜୀ, ସମ୍ମାନିତ ଅତିଥି ଭାବେ ଅଖିଳ ଭାରତୀୟ ବହୁଭାଷୀ ସାହିତ୍ୟ ସଙ୍ଗଠନ "କବି ସଙ୍ଗମ’ର ସଭାପତି ବାସୁଦେବ ନାପିତ, ମୁଖ୍ୟବକ୍ତା ଭାବେ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ ଶିକ୍ଷା ସଂଗଠନ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ କଲେଜ, ମୟୂରଭଞ୍ଜର ସହସଞ୍ଚାଳିକା ବିକେ ବନିତା, ସମ୍ମାନିତ ବକ୍ତା ବିକେ ଯାଜ୍ଞସେନୀ, ପର୍ଯ୍ୟାବରଣ ସଂରକ୍ଷଣ ଗତିବିଧି ପ୍ରତିନିଧି ଶିକ୍ଷକ ଗଜେନ୍ଦ୍ରନାଥ ମହାନ୍ତି, ସାମ୍ବାଦିକ ଗତିକୃଷ୍ଣ ମହାନ୍ତି ପ୍ରମୁଖ ଯୋଗ ଦେଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ବାଲ୍ୟ ଜୀବନ, ବିଦ୍ୟାର୍ଥୀ ଜୀବନ, ସାମାଜିକ ଜୀବନ, ଆଧ୍ୟାତ୍ମିକ ଜୀବନ ଏବଂ ରାଇରଙ୍ଗପୁର ଠାରୁ ରାଇସେନା ପର୍ଯ୍ୟନ୍ତ ଜୀବନର ଦୁଃସାହସୀ ଯାତ୍ରା ବିଷୟରେ ଦୃଷ୍ଟାନ୍ତ ଦେଇଥିଲେ । ଶେଷରେ ସାରଦା ଗୁରୁକୁଳ ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷ ହୃଷିକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।