କନିଷ୍ଠ ଶିକ୍ଷକ ସଂଘର ବନ୍ଧୁମିଳନ

  ନିଆଳି: ନିଆଳି ବ୍ଲକ୍ର କନିଷ୍ଠ ଶିକ୍ଷକ ସଂଘର ବିଭିନ୍ନ ପଦପଦବୀ ନିମନ୍ତେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଚନ୍ଦ୍ରମଉଳି ସ୍ଥିତ ସହିଦ ସ୍ମୃତି ପାର୍କ ମାଧବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କନିଷ୍ଠ ଶିକ୍ଷକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଉମାକାନ୍ତ ସେନାପତି, ଉପସଭାପତି ପ୍ରିୟଙ୍କା ସ୍ୱାଇଁ, ସମ୍ପାଦକ ବସନ୍ତ କୁମାର ରାଉତ, ସହ ସମ୍ପାଦକ ମାମିନା ନାୟକ, କୋଷାଧ୍ୟକ୍ଷ ରାଜେଶ ଦାସ, ଗଣମାଧ୍ୟମ ସଂଯୋଜକ ରଞ୍ଜିତ୍ କୁମାର ମଲ୍ଲିକ ପ୍ରମୁଖଙ୍କୁ ଚୟନ କରାଯାଇଛି । ଏହି ବନ୍ଧୁ ମିଳନ ବୈଠକରେ ୪୦ଜଣ କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।