ଜନ ଅଭିଯୋଗ ଶୁଣାଣି 

ନୂଆପଡା : ନୂଆପଡ଼ା ଜିଲ୍ଲା ବୋଡ଼େନ ପଞ୍ଚାୟତ ସମିତି ସଭଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁରମୀ ସୋରେନ, ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ, ଇନଚାର୍ଜ ସିଡିଏମ ଓ ଡିଏନ୍ ଶତପଥୀ ମଞ୍ଚାସୀନ ଥିଲେ । ଏହି ଶିବିରରେ ସାମୂହିକ ଅଭିଯୋଗ ୧୧ଟି ଏବଂ ବ୍ୟକ୍ତିଗତ ଅଭିଯୋଗ ୫୮ଟି ରହିଥିବାବେଳେ ମୋଟରେ ୬୯ଟି ଅଭିଯୋଗ ଆସିଥିଲା । ଡେପୁଟି କଲେକ୍ଟର ଶେଖ୍ ନସିମ ଓ ବିଡିଓ ସୁଶାନ୍ତ କୁମାର ରଣା କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ । ଡେପୁଟି କଲେକ୍ଟର ହେମନ୍ତ ପୁଟାଙ୍କ ସମେତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକର ସମାଧାନ କରିବାରେ ସହଯୋଗ କରିଥିଲେ ।