ଆମିଷ ଦୋକାନ ପାଇଁ ଟ୍ରାଫିକ ସମସ୍ୟା
ଖଣ୍ଡପଡ଼ା : ଖଣ୍ଡପଡ଼ାରୁ ଭାପୁରକୁ ସଂଯୋଗ କରୁଥିବା ରାସ୍ତାର କୁସୁମୀ ନଦୀ ସେତୁ ନିକଟସ୍ଥ ରାସ୍ତା ପାର୍ଶ୍ୱରେ କେତେକ ବ୍ୟବସାୟୀ ଆମିଷ ଦୋକାନ ଖୋଲିଛନ୍ତି । ଫଳରେ ମାଛ ମାଂସ କିଣୁଥିବା ଗ୍ରାହକମାନେ ରାସ୍ତାରେ ବାଇକ ଓ ଯାନବାହାନ ଏଣେତେଣେ ଥୋଇ କିଣିବାକୁ ଯାଉଛନ୍ତି । ଯାହାଫଳରେ ସେଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଫଳରେ ଯାତ୍ରିବାହୀ ବସ୍ ଓ ଭାରି ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି । ପ୍ରକାଶଥାଉକି ଉକ୍ତ ରାସ୍ତାଦେଇ କିବା ଦିନ ଓ ରାତିରେ ଶହଶହ ସଂଖ୍ୟାରେ ଯାନବାହାନ ଚଳା ଚଳ କରୁଥିବା ବେଳେ, ରାସ୍ତାଟି ଖଣ୍ଡପଡାରୁ ଭାପୁର ଦେଇ ଭୁବନେଶ୍ୱରକୁ ସଂଯୋଗ କରୁଛି । ତେଣୁ ଏହି ସ୍ଥାନରୁ ଆମିଷ ଦୋକାନ ଗୁଡିକ ଅନ୍ୟତ୍ର ସ୍ଥାନାନ୍ତର ନିମନ୍ତେ ପୁଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।