ବାମନ ଓ ଅଭିମନୁ୍ୟ ସଭାପତି

 ନିମାପଡ଼ା : ଆଜି ନିମାପଡ଼ା ବାର ଆସୋସିଏସନ୍ ନିର୍ବାଚନରେ ସଭାପତି ଭାବେ ଅଭିମନୁ୍ୟ ସ୍ୱାଇଁ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ଦ୍ୱିଜବର ସ୍ୱାଇଁ, ସମ୍ପାଦକ ଭାବେ ପ୍ରଭାତ କୁମାର ନାୟକ ଓ ସହ ସମ୍ପାଦକ ଭାବେ ରାଧା ଶ୍ୟାମ ଜେନା ନିର୍ବାଚିତ ହୋଇଥିବା ଜଣାପଡିଛି  । ନିର୍ବାଚନ ଅଧିକାରୀ ଗୌରାଙ୍ଗ ଚରଣ ସାହୁଙ୍କ ସୂତ୍ରରୁ ପ୍ରକାଶ  । ସେହିପରି ନିମାପଡ଼ା ଜୁଡିସିଆଲ ବାର ଆସୋସିଏସନର କର୍ମକର୍ତ୍ତା ମନୋନୟନ ସମାପ୍ତ ହୋଇଯାଇଛି  । ସର୍ବସମ୍ମତିକ୍ରମେ ସଭାପତି ଭାବେ ବାମନ ଚରଣ ନାୟକ, ଉପସଭାପତି ଭାବେ ମିହିର ରଞ୍ଜନ ମହାନ୍ତି, ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ରାଉତରାୟ ଓ ସହ ସମ୍ପାଦକ ଭାବେ ସରୋଜ କୁମାର ଦାଶ ମନୋନୀତ ହୋଇଥିବା ନିର୍ବାଚନ ଅଧିକାରୀ ପ୍ରତାପ କୁମାର ପଣ୍ଡା ଜଣାଇଛନ୍ତି  ।