ଯାଜପୁର ପାଇଁ ଗୌରବ ଆଣିଲେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର 

ଯାଜପୁର ପାଇଁ ଗୌରବ ଆଣିଲେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର 

ଯାଜପୁର : ଯାଜପୁରର ମୂଳ ବାସିନ୍ଦା ତଥା ପୂର୍ବ ପୁରୁଷ ଚିନ୍ତାମଣୀ ମିଶ୍ରଙ୍କ ବଂଶଧର ବର୍ତମାନର ଢେଙ୍କାନାଳ ବାସିନ୍ଦା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ୨୦୨୩ ମସିହାରେ ଦେଶର ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ମାତ୍ର କେତେକ କୁଚକ୍ରୀଙ୍କ ଦ୍ୱାରା ତାଙ୍କ ପଦ୍ମଶ୍ରୀ  ପୁରସ୍କାର  ରଦ୍ଦ କରିବାକୁ  ହାଇକୋର୍ଟରେ ମାମଲା ରୁଜୁ କରି ସାରସ୍ୱତ ଜଗତରେ ବିବଦମାନ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ କାରୀ ହାରିଯିବା ଫଳରେ ସତ୍ୟର ଜୟ ହେବା ସହିତ ବିଭିନ୍ନ ମହଲରେ ଆନନ୍ଦର ଢେଉ ଖେଲିଯାଇଛି ।  ଓଡିଶାର ଉଚ୍ଚ ନ୍ୟାୟାଳୟ ବିଚାରକ ମଣ୍ଡଳୀ  ଏଭଳି ଏକ ମାମଲାର ବିଚାର କରି ବୁଧବାରଦିନ ରାୟ ପ୍ରକାଶ କରି ଅଭିଯୋଗକାରୀଙ୍କ ପିଟିସନକୁ ଖାରଜ କରି ଦେବା ସହ ଆବେଦନକାରୀଙ୍କ ଉପରେ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଏହି ଖବର ପ୍ରକାଶ ପାଇବା ମାତ୍ରେ ଯାଜପୁର ଜିଲାରେ ଲେଖକ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇବା ସହ ଅଖିଳଚକ୍ର ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟକୁ ବଧାଇ ଜଣାଇବା ସହ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଆଜି ଶୁଭେଚ୍ଛା ଜଣାଇଛନ୍ତି । ସମ୍ପାଦକ ହରେକୃଷ୍ଣ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ବର୍ତମାନ ଢେଙ୍କାନାଳର ବାସିନ୍ଦା ହେଲେବି ସେ ଯାଜପୁରର  ଜଣେ ଅସ୍ମିତା । ଯାଜପୁରର ଐତିହ୍ୟ ଓ ସଂସ୍କୃତି ଉପରେ ୮୫ ରୁ ଉଦ୍ଧ୍ୱର୍  ପ୍ରବନ୍ଧ ରଚନାକରି ବହୁ ଖ୍ୟାତି ଅର୍ଜ୍ଜନ କରିଛନ୍ତି । ତାଙ୍କର ଅମୂଲ୍ୟ ପୁସ୍ତକ ଗୁଡିକ ହେଲା ମୋ ଦୃଷ୍ଟିରେ ଓଡିଶା, ଭାରତୀୟ ସଂସ୍କୃତି ଓ ଐତିହ୍ୟ, ପୂଣ୍ୟପୀଠ  କପିଳାଶ, ପୁରାଣ ପରିଚୟ, ଶୈ÷ବଧାମ କପିଳାସ, ଉପନିଷଦ ରଚନାମୃତ, ଭାଷାନୁଚିନ୍ତା,  ଓଡିଆ ଭାଷାର ଇତିହାସ, ଓଡିଶାର ତନ୍ତ୍ର ଧାରା, ପୁରୁଷୋତମ ଜଗନ୍ନାଥ, ଓଡିଆ ଏକ ଶାସ୍ତ୍ରୀୟ ଭାଷା,ମୈ÷ାଳିକ ଓଡିଆ ଭାଷାତତ୍ୱ,ଓଡିଆ ଭାଷା, ଜାତୀୟତା, ଓଡିଆ ଭାଷାର ଇତିବୃତ, ପ୍ରାଚୀନ ଓଡିଶା, ଆଧୁନିକ ଓଡିଶା, ମଧ୍ୟଯୁଗୀୟ ଓଡିଶା ଅନେକ । ଓଡିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ ପାଇଁ ତାଙ୍କର ଅବଦାନ ସର୍ବସ୍ୱୀକୃତି ଅଖିଳଚକ୍ରର ଉପସଭାପତି ପ୍ରାଧ୍ୟାପକ ପ୍ରସନ୍ନ କୁମାର ରାଉତ, ସମ୍ପାଦକ ହରେକୃଷ୍ଣ ପଣ୍ଡା, ସହ ସମ୍ପାଦକ ଗୈ÷ାରାଙ୍ଗ ସ୍ୱାଇଁ, ସହସମ୍ପାଦକ  ଡଃରବୀନ୍ଦ୍ର କୁମାର ପରିଡା, ବିରଜା ଜ୍ୟୋତିର ସମ୍ପାଦକ ସଂସ୍କୃତି ଗବେଷକ ପଣ୍ଡିତ ଡ. ଜ୍ଞାନରଞ୍ଜନ ପତି  ଓ ଶୈବକଳ୍ପର ସମ୍ପାଦକ ଗୋପୀନାଥ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।