ଇଫ୍କୋର ୟୁନିଟ ମୁଖ୍ୟ ହେଲେ  ପିକେ.ମହାପାତ୍ର 

ାା ପ୍ରଭାନୁ୍ୟଜ୍ ।ା ପାରାଦୀପ: ବିିଶ୍ୱର  ଅନ୍ୟତମ ବୃହତ ସମବାୟ ସମିତିଭିତିକ  ସାର ଉତ୍ପାଦନକାରୀ ସଂସ୍ଥା  ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର୍ସ କୋ-ଅପରେଟିଭ ଲିମିଟେଡ (ଇଫ୍କୋ)ର ପାରାଦୀପ ୟୁନିଟ ମୂଖ୍ୟ ଭାବେ ଇଂ.ପି.କେ.ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଇଫ୍କୋର ପାରାଦୀପ ୟୁନିଟ ମୁଖ୍ୟ  ଭାବେ ବେଶ ଲମ୍ବା ସମୟ ଧରି ଦାୟିତ୍ୱ ନିର୍ବାହ କରି ଆସୁଥିବା କେ.ଜେ.ପଟ୍ଟେଲ ଇଫ୍କୋର ବୈଷୟିକ ମୁଖ୍ୟ ଭାବେ ପଦୋନ୍ନତି ପାଇଁ ନୂଆଦିଲ୍ଲୀ  ବଦଳି ହେବା  ପୂର୍ବରୁ  ପାରାଦୀପ ୟୁନିଟର ମୂଖ୍ୟ ଭାବେ ଇଂ.ପି.କେ.ମହାପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଜଣାପଡିଛି । ଇଂ.ପି.କେ.ମହାପାତ୍ର ୧୯୮୯ ମସିହାରେ  ରାଉରକେଲାରୁ ମେକାନିକାଲ ଇଞ୍ଜିନିୟର  ଶିକ୍ଷା ଶେଷ କରିବା ପରେ ସାର ଶିଳ୍ପରେ ଯୋଗ ଦେଇଥିଲେ । ଜଣେ ଦକ୍ଷ ମେକାନିକାଲ ଇଞ୍ଜିନିୟର ଭାବେ  ସାର ଶିଳ୍ପ କ୍ଷେତ୍ରରେ ଦୀର୍ଘ ୩୦ ବର୍ଷର  ଅଭିଜ୍ଞତା  ହାସଲ କରିଥିବା  ଇଂ.ମହାପାତ୍ର  ବିଗତ  ୧୮ ବର୍ଷ ଧରି  ଇଫ୍କୋର ବିଭିନ୍ନ  ପଦପଦବୀରେ  ନିଜର ପାରଦର୍ଶିତା ପ୍ରତିପାଦନ କରି  ସାଧାରଣରେ ପ୍ରଶଂସାଭାଜନ ହୋଇ ପାରିଛନ୍ତି  ।  ତେବେ  ଇଂ.ପି.କେ.ମହାପାତ୍ର ପାରାଦୀପସ୍ଥିତ ଇଫ୍କୋ ୟୁନିଟର ମୂଖ୍ୟ  ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦୀର୍ଘ ବର୍ଷର ତାଙ୍କ ଦକ୍ଷତା,ଅଭିଜ୍ଞତା,ପାରଦର୍ଶିତା ଇଫ୍କୋ ଭଳି ବୃହତ ସାର ଉତ୍ପାଦନକାରୀ ସଂସ୍ଥାର ପାରାଦୀପ ୟୁନିଟ ଆଗକୁ ବଢ଼ିବାରେ  ସହାୟକ ହେବ ବୋଲି ଇଫ୍କୋର  ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି  ।