ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା

ବନ୍ତ: ବନ୍ତ ବ୍ଲକ୍ ଛୟାଳସିଂହ ପଞ୍ଚାୟତ ବରହମପୁର ସ୍ଥିତ ବି.ପିହାଇସ୍କୁଲ ପରିସରରେ ବାବା ଖଗେଶ୍ୱର ଶିକ୍ଷକ କଲ୍ୟାଣ ସମିତି ପକ୍ଷରୁ ଷଷ୍ଠ ବାର୍ଷିକ ଉତ୍ସବ ଓ ସମ୍ୱର୍ଦ୍ଧନାସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାୟୀ ସଭାପତି ଅନାମ ଚରଣ ଜେନାଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ସଭାରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶଶୀଶେଖର କରଶର୍ମା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବାବେଳେ, ବନ୍ତ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ ମୁଖ୍ୟଅତିଥି ଯୋଗ ଦେଇଥିଲୋ ମୁଖ୍ୟବକ୍ତା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିିକ୍ଷାବିତ ଭାସ୍କରଚନ୍ଦ୍ର ପାଢ଼ୀ, ସମ୍ମାନୀତଅତିଥି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜୟ ପୃଷ୍ଟି, ଜୀବନବୀମାର ଉପଦେଷ୍ଟା ମଧୁସୂଦନ ସାମଲ, ରାଜ୍ୟପୁରସ୍କାର ପ୍ରାପ୍ତ ଅବସର ଶିକ୍ଷାବିତ୍ ଖଗେଶ୍ୱର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷାପ୍ରଶାସକ ମଧୁସୂଦନ ଘଡ଼ାଇ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଅଲେଖ ଚନ୍ଦ୍ର ନାୟକ, ବି.ପି ହାଇସ୍କୁଲ ପ୍ରଧାନଶିକ୍ଷକ ଆନନ୍ଦ ଚନ୍ଦ୍ର ରାଉତ, ଶିକ୍ଷାବିତ କୈଳାସ ଚନ୍ଦ୍ର ଚଢେଇ ପ୍ରମୁଖ ଯୋଗ ଦେଇିଥିଲେ । ପ୍ରାରମ୍ଭରେ ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସମିତି ସମ୍ପାଦକ ମାର୍କଣ୍ଡ ଚରଣ ନାୟକ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ବାର୍ଷିକ କାର୍ଯ୍ୟ ପନ୍ଥାର ହିସାବ କୋଷାଧ୍ୟକ୍ଷ ବଳରାମ ଜେନା ପ୍ରଦାନ କରିଥିବା ବେଳେ, ଅନିମା ଦାସ ଧନ୍ୟବାଦଅର୍ପଣପ୍ରଦାନ କରିଥିଲେ । ଏହି କାଯ୍ୟକ୍ରମରେ ଶିକ୍ଷୟିତ୍ରୀ ସୁକାନ୍ତିମଣି ଦାସ, ପ୍ରହଲ୍ଲାଦ ଜେନା, ପଦ୍ମନାଭ ସାହୁ, ସହଦେବ ବେହେରା, ପ୍ରହଲ୍ଲାଦ ଘଡ଼ାଇ, ଶକ୍ତିଧର ଜେନାଙ୍କୁ କଲ୍ୟାଣ ସମିତି ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସବୁଠାରୁ ଅଧିକ ନମ୍ବର ରଖିଥିବା ବର୍ଷାରାଣୀ ପରିଡା, ଓମପ୍ରକାଶ ଜେନା, ବର୍ଷାରାଣୀ ବାରିକ, ଶିଳାଲିପି ପାଳ, ମାନସ ବାରିକ, ଦୀପକ କୁମାର ଜେନା, ଚନ୍ଦ୍ରଶେଖର ଘଡ଼ାଇ,ଜଗନ୍ନାଥ ସାହୁ, ଶ୍ରୀୟାଂଶୀ ନାୟକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସୁବାସ ଚନ୍ଦ୍ର ପଣ୍ଡା,  ଟୁଟୁ କୁମାର ପାଳ, ଜୟନ୍ତୀ ସାହୁ, ରାଜଶ୍ରୀ ନାୟକ, ସୁଦର୍ଶନ ଘଡ଼ାଇ, ପଞ୍ଚାନନ ସାହୁ, କିଶୋର ଚନ୍ଦ୍ର ନାୟକ, ରାଜେନ୍ଦ୍ର ପାତ୍ର, ଅନିରୁଦ୍ଧ ଜେନା, ପଦ୍ମନାଭ ଗିରି, ଭୀମସେନ ଖଣ୍ଡା,  ଶ୍ରୀରାମ ରଘୁ, ଶରତପାଣିଗ୍ରାହୀ, ମାନସ ଦେ, ମାୟାଧରଜେନା, ବୃନ୍ଦାବନ ଦାସ, ଭଗବାନ ନାୟକ, ଜୟନ୍ତୀ ଗିରି, ନିବେଦିତା ସାହୁ, ସ୍ମିଧା ନାୟକ ପ୍ରମୁଖ ଯୋଗଦେଇଥିଲେ ।