ଝିଅ ମୃତୁ୍ୟର ନ୍ୟାୟ ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ
କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଆୟବା ଗ୍ରାମ ପଂଚାୟତ ବାଲିଗୋଠ ଗ୍ରାମର ଝିଅକୁ ବିଷ ପିଆଇ ଶାଶୁ, ଯା, ଦେଢ଼ୁଶୁର ମାରିଦେବା ପ୍ରତିବାଦରେ ନ୍ୟାୟ ପାଇବା ନିମନ୍ତେ ଜିଲ୍ଲା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ମୃତା ମହିଳାଙ୍କ ଦୁଇଟି କୁନି କୁନି ଛୁଆଙ୍କୁ ଧରି ମା ଏବଂ ଭଉଣୀ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ତାଙ୍କ ଝିଅ ପ୍ରଯୁକ୍ତା ଦାସ ୨୭ କେନ୍ଦ୍ରାପଡ଼ା ବ୍ଲକ ଆୟବା ଗ୍ରାମ ପଞ୍ଚକ୍ଷୟତ ଅନ୍ତର୍ଗତ ବାଲି ଗୋଠ ଗ୍ରାମର ଅକ୍ଷୟ କୁମାର ଦାସଙ୍କ ପୁଅ ଜ୍ଞାନ ରଞ୍ଜନ ଦାସଙ୍କୁ ୨୦୧୭ ମସିହାରେ ପ୍ରେମ ବିବାହ କରିଥିଲା । ବିବାହର ଦୀର୍ଘ ୭ ରୁ ୮ ବର୍ଷ ହେବ ସେ ତାର ଶାଶୁ ଘରେ ରହି ଏହି ମାତ୍ର ୩ ବର୍ଷ ତଳେ ଅଙ୍ଗନବାଡି ଶିକ୍ଷୟିତ୍ରୀ ଭାବେ କାମ କରି ଆସୁଥିଲା । ତାର ଗୋଟେ ୬ ବର୍ଷର ଝିଅ ଏବଂ ଆଉ ଏକ ମାତ୍ର ୭ ମାସର କୁନି ଝିଅ ମଧ୍ୟ ରହିଛି । ସେ ବିବାହ କରିବା ଦିନ ଠାରୁ ତାର ଶାଶୁ ଆଉ ଯା ମିଶି ସବୁ ବେଳେ ମାଡ଼ ଗାଳି ଦେବା ସହିତ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ସେ ବାରମ୍ବାର ଶାଶୁ ଘରେ ତାକୁ ନିର୍ଯାତନା ଦିଅ ଯାଉଛି ବୋଲି ବାପଘର ଲୋକଙ୍କୁ ଫୋନ ଯୋଗେ ଅଭିଯୋଗ କରି ଆସୁଥିଲେ । ସ୍ୱାମୀ ବିଦେଶରେ ରହୁଥିବାରୁ ତାହାରି ସୁଯୋଗ ନେଇ ଗତ ଏପ୍ରିଲ ମାସ ଏକ ତାରିଖ ଦିନ ଜୋର ଜବର ଦସ୍ତ ତାର ଶାଶୁ ଘରଲୋକ ତାକୁ ବିଷ ପିଆଇ ଦେଇଥିଲେ । ଯାହା ଫଳରେ ସେ ସେହି ଠାରେ ତଳେ ପଡି ଛଟପଟ ହେଉଥିବା ଦେଖି ପଡୋଶୀ ଲୋକ ତାଙ୍କୁ ମେଡିକାଲ ନେବା ସହିତ ତାର ବାପ ଘରକୁ ଲୋକଙ୍କୁ ମଧ୍ୟ ଖବର ଦେଇ ଥିଲେ । ପରେ ମେଡିକାଲରେ ତାଙ୍କ ଝିଅ ପ୍ରଯୁକ୍ତା ଦୀର୍ଘ ୧୮ ଦିନ ରହିବା ପରେ ମୃତୁ୍ୟ ବରଣ କରିଥିଲା । ଝିଅର ମୃତୁ୍ୟ ପରେ ମା ସଦର ଥାନାରେ ପ୍ରଯୁକ୍ତଙ୍କ ଶାଶୁ, ଯା ଓ ଦେଢୁଶୁର ତିନି ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ସଦର ପୋଲିସ ଏପର୍ଯନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ନକରିବାରୁ ମୂର୍ତକଙ୍କ ପରିବାର ଲୋକେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆଜି ଅଭିଯୋଗ କରିଛନ୍ତି ।