ଥଣ୍ଡା ପାନୀୟ ମେସିନ ସ୍ଥାପନ

 ଧର୍ମଶାଳା: ଜାରକା ରୋଟାରୀ କ୍ଲବ୍ ପକ୍ଷରୁ ଜାରକା ପୁଲିସ ବିଟ୍ ହାଉସ ଓ ଧର୍ମଶାଳା ବାଇପାସ୍ ବୁଦ୍ଧଛକ ନିକଟରେ ଥଣ୍ଡା ପାନୀୟ ଜଳ ମେସିନ ସ୍ଥାପନ କରାଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ରୋଟାରୀ ଜିଲ୍ଲା ଗଭର୍ନର ରୋଟାରୀୟାନ ୟଜ୍ଞାସିଶ ମହାପାତ୍ର ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟିତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ଧର୍ମଶାଳା ଥାନା ଅଧିକାରୀ ତପନ ନାୟକ, ଜାରକା ବିଟହାଉସ ଅଧିକାରୀ ବିଜୟ ବେହେରା, ତ୍ରିରଙ୍ଗା କ୍ଲବ ସଭାପତି କ୍ଷିତିଶ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ । ରୋଟାରୀ କ୍ଲବ୍ ସଭାପତି ରାଜେନ୍ଦ୍ର ପ୍ରସାଦ ପଲେଇ ଓ ସମ୍ପାଦକ ଜୟପ୍ରକାଶ ତ୍ରିପାଠୀଙ୍କ ସଂଯୋଜନରେ ରୋଟାରୀ ଓ ଇନର ହୁଇଲ କ୍ଲବ୍ର ଜୟନ୍ତ ସାହୁ, ହରିହର ପଣ୍ଡା, ନିରଞ୍ଜନ ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ଚ୍ୟାଉପଟ୍ଟନାୟକ, ଯୁଧିଷ୍ଠିର ରାଉତ, ଅଶୋକ ମହାପାତ୍ର, ଅମୂଲ୍ୟ ମହାରଣା, ବିନୋଦ ପରିଡା, ସୁକାନ୍ତ ସ୍ୱାଇଁ, ପ୍ରମୋଦ ସାମଲ, ଜୟଗୁରୁ ପାତ୍ର, ପ୍ରଶାନ୍ତ ପୃଷ୍ଟି ଓ ଇନ୍ଦୁପ୍ରଭା ସାମଲ, କଳ୍ପନା ଖୁଣ୍ଟିଆ ଓ କଳ୍ପନା ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।