ବୈଜ୍ଞାନିକ କ୍ଷେତ୍ରରେ ଯାଜପୁର ପୁଅକୁ ସଫଳତା : ଷ୍ଟାନ୍ଫୋଡର଼୍ ୱାର୍ଲ୍ଡ ଟପ୍-୨ରେ ଅଜିତେଶ

ଯାଜପୁର : ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଶାସନ୍ଦା ପଞ୍ଚାୟତ ତାଉଁତରା ଗ୍ରାମର ସ୍ୱର୍ଗତ ଅଶୋକ ନାୟକ ଓ ନିରୁପମାଙ୍କ ପୁଅ ଅଜିତେଶ ଗୌହାଟୀରେ ଆଇଆଇଟି ଅଧ୍ୟୟନ କରିଥିଲେ। ଅଜିତେଶ ଏବେ ଛାତ୍ର ସମ୍ମାନଜନକ ଏନ୍ଟିଏଫ୍ (ନ୍ୟାସନାଲ ତାଇୱାନ ଫେଲୋସଫି) ପାଇ ସୌଭାଗ୍ୟ ଲାଭ କରିଛନ୍ତି । କର୍କଟ ଓ ଏଣ୍ଡୋମେଟ୍ରିଓସିସ୍ ସନ୍ଦର୍ଭ ଉପରେ ୩ବର୍ଷ ପାଇଁ ଅଜିତେଶ ଗବେଷଣା କରିବା ପାଇଁ ତାଇୱାନ ଯାଇଥିଲେ ।
ଏଥି ସହିତ ଏହି ବିପଦଜନକ ରୋଗର ନିରାକରଣ ପାଇଁ ନୂତନ ଟେକ୍ନୋଲୋଜି ଓ ଭେଷଜ ଉଦ୍ଭାବନ କରିିବା ଲକ୍ଷ୍ୟ ରଖିଛନ୍ତି ଅଜିତେଶ । ୨୦୧୯ରେ ଅଜିତେଶକୁ ଆଇଆଇଟି ଦିଲ୍ଲୀ ପକ୍ଷରୁ ଯୁବ ବୈଜ୍ଞାନିକ ଭାବେ ସ୍ୱିକୃତୀ ମିଳିଥିଲା । ତାଇୱାନର ଏନ୍ଟିଏସ୍ୟୁ ପକ୍ଷରୁ ଗବେଷଣା ପାଇଁ ସେ ଆବେଦନ କରିଥିଲେ । ଏଥିରେ ଅଜିତେଶ କୃତକାର୍ଯ୍ୟ ହୋଇ ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ୩ବର୍ଷ ଏହି ଗବେଷଣା ପାଇଁ ଅଜିତେଶଙ୍କ ସମସ୍ତ ଖର୍ଚ୍ଚକୁ ତାଇୱାନ ସରକାର ବହନ କରିବେ । ତେବେ ଅଜିତେଶ ଟାଇପେଇ ଏମ୍ଡିସିଏଏଲ୍ ୟୁନିଭର୍ସିଟିର ଷ୍ଟାନ୍ଫୋଡର଼୍ ୱାର୍ଲ୍ଡ ଟପ୍-୨%ରେ ବୈଜ୍ଞାନିକ ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଏହି ଖବର ଜଣାପଡ଼ିବା ପରେ ସାରା ଯାଜପୁରରେ ଖୁସିର ଲହରୀ ଖେଳିଯାଇଛି । ଯାଜପୁର ଜିଲା ସ୍କୁଲ ଆଲୁମିନି ଆସୋସିଏସନ ପକ୍ଷରୁ ସମସ୍ତ ସଦସ୍ୟ ଅଜିତେଶକୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତରୋତର ଉନ୍ନତି କାମନା କରିଥିଲେ । ଏଥି ସହିତ ବିଭିନ୍ନ ମହଲରୁ ଅଜିତେଶକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।