ଦମ୍ପତିଙ୍କୁ ଆକ୍ରମଣ, ଅଭିଯୁକ୍ତ କୋର୍ଟ ଚାଲାଣ
ପାଣିକୋଇଲି : ଏହି ଥାନା ପଥରପଦା ପଞ୍ଚାୟତର ତାଜପୁର ଗ୍ରାମର ଜନୈକ ଦମ୍ପତିଙ୍କୁ ଆକ୍ରମଣ ମାମଲାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଜପୁର ଗ୍ରାମର ଅଭିମନୁ୍ୟ ଦାସଙ୍କ ପୁଅ ବୌଦ ଦାସଙ୍କ ସ୍ତ୍ରୀ କଇଁଙ୍କ ଅଭିଯୋଗ ମୁତାବକ ୩୧ତାରିଖ ଭୋରୁ ତାଙ୍କ ଦେଢଶୁର ବାଦଲ ଓ ସ୍ତ୍ରୀ ଟୁନି ହଠାତ ତାଙ୍କୁ ଡାକି ୪୦ଟି ଘୁଷୁରୀ ମାରି ଦେଇଥବାର ମିଥ୍ୟା ଅଭିଯୋଗ ଆଣି ଘରୁ ଘୋଷାଡି ଆଣିଥିଲେ । ସ୍ୱାମୀ ବୌଦକୁ ଏକ ଘରେ ପୁରାଇ ଚାବି ଦେଇଥିଲେ । ଏହି ସମୟରେ ସେମାନଙ୍କ ସହିତ ରମେଶ ଦାସ ଓ ତାଙ୍କ ସ୍ତ୍ରୀ ରିନା ଦାସ ମିଶି ଗାଳିଗୁଲଜ କରିବା ସହ ମୋବାଇଲ ଓ ନଗଦ ୫ ହଜାର ଟଙ୍କା ଛଡାଇ ନେଇଥିଲେ । ରୀନା ଦାସ ଘିଅ ଗରମ କରିଆଣିଥିଲା । ଟକ ଟକ ଫୁଟୁଥିବା ଘିଅରେ କଇଁର ଡାହାଣ ହାତକୁ ବୁଡାଇଦେଇଥିଲେ । ଅଭିଯୋଗ ପରେ ପୁଲିସ ୧୪୭/୨୫ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ବାଦଲ (୩୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି ।