ବାଲ୍ୟ ବିବାହ ପ୍ରତିରୋଧ କର୍ମଶାଳା
ଯାଜପୁର ଟାଉନ,: ଗୁରୁବାର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ କର୍ମଶାଳା ଜିଲାସମାଜ କଲ୍ୟାଣ ଅଧିକାରୀ ସବିତା ଚ୍ୟାଉ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଜିଲାସମାଜ ମଙ୍ଗଳ ବିଭାଗ, ଶିଶୁ ସୁରକ୍ଷା ୟୁନିଟ ଓ ସ୍ୱେଛାସେବୀ ସଂଗଠନ ଆକ୍ସନ ଏଡ୍, ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ କର୍ମଶାଳାରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲପାଳ ପ୍ରଶାସନ ନବକ୍ରିଷ୍ଣ ଜେନା ଯୋଗଦେଇ ବାଲ୍ୟ ବିବାହକୁ ପ୍ରତିହତ କରିବାକୁ ଅନେକ ଆଇନ ଓ ବ୍ୟବସ୍ଥା ରହିଥିଲେ ମଧ୍ୟ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବ୍ୟାପକ ସହଯୋଗ ଓ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଥିଲେ । କର୍ମଶାଳାରେ ଜାତୀୟ ପ୍ରକଳ୍ପ ମୁଖ୍ୟ-ଶିଶୁ ଅଧିକାର ଆକ୍ସନ ଏଡ୍ର ସଂସାଧକ ଘାସିରାମ ପଣ୍ଡା ଯୋଗଦେଇ ବାଲ୍ୟ ବିବାହକୁ ପ୍ରତିସ୍ତରରେ ପ୍ରତିହତ ପାଇଁ ଉଦ୍ୟମ ସ୍ୱରୂପ ବିଦ୍ୟାଳୟରୁ ଝିଅ ପିଲାଙ୍କ ଡ୍ରପଆଉଟର ତଥ୍ୟ ନିୟମିତ ସଂଗ୍ରହ ସହ ବିଦ୍ୟାଳୟକୁ ନ ଆସିବାର କାରଣ ଓ ସଚେତନତା ପାଇଁ ସେ ଗୁରୁତ୍ୱ ଦେଇ ପିଲାମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ପ୍ରଦାନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରକାଶ କରିଥିଲେ । ବିବାହ କାର୍ଯ୍ୟ ସଂପନ୍ନ ହେଉଥିବା ମଠ, ମନ୍ଦିର, ଗୀର୍ଜା ଓ ମସଜିଦ ମାନଙ୍କରେ ଅବସ୍ଥାପିତ ଧାର୍ମିକ ମୁଖ୍ୟ ବା ପୁରୋହିତମାନେ ଅଧିକ ଯନôବାନ ହେବା ଜରୁରୀ । ସେହିପରି ବାଲ୍ୟ ବିବାହକୁ ରୋକିବା ଦିଗରେ ନିରନ୍ତର କାର୍ଯ୍ୟରତ ସଂଗଠନ, ବ୍ୟକ୍ତିବିଶେଷ, ସ୍ୱେଛାସେବୀ ସଂସ୍ଥା ଓ ଅଙ୍ଗନୱାଡି କର୍ମୀମାନେ ତୃଣମୂଳସ୍ତରରେ ସଚେତନ କରାଇଲେ ଆଗାମୀ ଦିନରେ ଆମେ ସଫଳତା ପାଇବା ବୋଲି ପଣ୍ଡା ଦୃଢୋକ୍ତି ପ୍ରକାଶ କରିଥିଲେ । ଜିଲା ପ୍ରଶାସନ ତରଫରୁ ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଅତିରିକ୍ତ ଜିଲ୍ଳ୍ାପାଳ, ପ୍ରଶାସନ ଶ୍ରୀ ଜେନାଙ୍କ ସମ୍ୱର୍ଦ୍ଧିତ କରିଥିଲେ । ଶିଶୁ ସୁରକ୍ଷା ବିଭାଗ, ସମାଜ କଲ୍ୟାଣ ବିଭାଗ, ଶିକ୍ଷା ବିଭାଗ, ଲୋକ ପ୍ରତିନିଧି ଓ ସ୍ୱେଛାସେବୀମାନଙ୍କ ମିଳିତ ସମନ୍ୱୟକୁ ଗୁରୁତ୍ୱ ଦେବା ସହ ଅଙ୍ଗନୱାଡି କର୍ମୀ ଓ ଶିକ୍ଷକମାନେ ନିୟମିତ ଡ୍ରପ ଆଉଟ ସ୍ଥିତିକୁ ଅନୁଧ୍ୟାନ ଓ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଶିଶୁ ସୁରକ୍ଷା, ବାଲ୍ୟ ବିବାହର କାରଣ, ନିରାକରଣ, ସଚେତନତା, ଆକ୍ସନ ପ୍ଲାନ ପ୍ରସ୍ତୁତି, ପାରସ୍ପରିକ ସମନ୍ୱୟ ଓ ନିୟମିତ ସମୀକ୍ଷା ସଂପର୍କରେ ବିଷଦ ଆଲୋକପାତ କରିଥିଲେ । ପ୍ରତ୍ୟେକ ଜିଲାସ୍ତରୀୟ, ବ୍ଲକସ୍ତରୀୟ, ପଞ୍ଚାୟତସ୍ତରୀୟ ବୈଠକମାନଙ୍କରେ ବାଲ୍ୟ ବିବାହ ସଂପର୍କରେ ଏକ କାର୍ଯ୍ୟସୂଚୀ ରଖାଯାଇଥିବାରୁ ଏହାର ନିୟମିତ ସମୀକ୍ଷା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ରେକ୍ସୋନା ଜେନା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ସୁଧାଂଶୁ ଶେଖର ବଳ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଜୁଭେନାଇନ୍ ଜଷ୍ଟିସ୍ ବୋର୍ଡର ପୁଲିସ ଅଧିକାରୀ, ବିଭିନ୍ନ ବ୍ଲକର ଶିଶୁ ପ୍ରକଳ୍ପ ଅଧିକାରୀ ଅଂଶ ଗ୍ରହଣ କରି ତୃଣମୂଳସ୍ତରରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବକ୍ତବ୍ୟ ରଖିବା ସହ ମତାମତ ଓ ବିଭିନ୍ନ ପରାମର୍ଶ ଦେଇଥିଲେ । ଶିଶୁ ସୁରକ୍ଷା ବିଭାଗର କାଉନସିଲର କାଳି ପ୍ରସାଦ ସାହୁ ଓ ସମସ୍ତ କର୍ମଚାରୀ କର୍ମଶାଳାକୁ ପରିଚାଳନା କରିଥିଲେ ।