ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ


 ଯାଜପୁର ଟାଉନ: ଯାଜପୁର ଶ୍ରୀ ଜଗନ୍ନାଥ ଜୀଉଙ୍କ ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ତହସିଲ କାର୍ଯ୍ୟାଳୟରେ ଜଗନ୍ନାଥ ଜୀଉ ଟ୍ରଷ୍ଟ ବୋର୍ଡର ମାନେଜିଂ ଟ୍ରଷ୍ଟି ତଥା ତହସିଲଦାର ଅରବିନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାକୁ ଶାନ୍ତି, ଶୃଙ୍ଖଳାର ସହ ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମକୁ ଛଡାନ୍ତ ରୂପରେଖ ଉପରେ ଆଲୋଚନା ହୋଇଥିଲା । ବୈଠକରେ ଯାଜପୁର ପୌରପରିଷଦ ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ  ସନ୍ତୋଷ କୁମାର ମଲ୍ଲିକ, ଜିଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା, ଅନନ୍ୟା ସାହିତ୍ୟ ସଂସଦ ସଭାପତି ସନ୍ତୋଷ କୁମାର ନନ୍ଦ, ଭାସ୍କର ମହାନ୍ତି, କ୍ଷୀରୋଦ ଚନ୍ଦ୍ର ପାଠୀ, ଜଗନ୍ନାଥ ସେବା ସମିତି, ନାଗରିକ ପରିଷଦ, ଗୀତା ଜାଗରଣ ପରିଷଦ, ଯାଜପୁର ବିକାଶ ମଞ୍ଚ, ବିରଜା ମଣ୍ଡଳ ବିଦୁ୍ୟତ୍ ପରିଷଦ, ସଭାପତି ରାଧା ଗୋବିନ୍ଦ, ଭେଲଙ୍ଗ କୀର୍ତ୍ତନ ମଣ୍ଡଳୀ, ବୈଦ୍ୟରାଜପୁର ଘଣ୍ଟବାଦ୍ୟ କମିଟି, ହର ପାର୍ବତୀ ପୂଜା କମିଟି, ବଡ ବଜାର ପୂଜା କମିଟି, ସଦାବ୍ରତ ମଠ ପୂଜା କମିଟି, ମା’ ଟିଭି ଅନୁଷ୍ଠାନ, ଶ୍ରୀ ଜୀଉଙ୍କ ପୁରୋହିତ, ପୂଜକ, ଗୁମାସ୍ତା, ସେବକ, ସେବିକା ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ସଭାପତି/ସଂପାଦକ, ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ଜୁଲାଇ ୭ତାରିଖ  ଶ୍ରୀ ଗୁଣ୍ଡିଚା ଯାତ୍ରା ଠାରୁ ଜୁଲାଇ ୧୫ ତାରିଖ ବାହୁଡା ଯାତ୍ରା ପର୍ଯ୍ୟନ୍ତ ୯ଦିବସୀୟ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଚୁଡାନ୍ତ ରୂପରେଖ ସମ୍ୱନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ବିଭାଗୀୟ ଅଧିକାରୀ ଶଶି ଭୂଷଣ ମିଶ୍ର ପଠନ କଲାପରେ ସର୍ବସମ୍ମତି କ୍ରମେ ବିଭିନ୍ନ କାର୍ଯ୍ୟକ୍ରମକୁ ଚୂଡାନ୍ତ ରୂପରେଖ ଦେବା ନିମନ୍ତେ ଆଲୋଚନା, ପର୍ଯ୍ୟାଲୋଚନା କରାଯାଇ ବିଭିନ୍ନ ପ୍ରସ୍ତାବକୁ ଅନୁଧ୍ୟାନ ସହ ଧାରା ବିବରଣୀ, ପରିମଳ ବ୍ୟବସ୍ଥା, ବିଦୁ୍ୟତ୍ ଯୋଗାଣ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ଓ ଆମ୍ୱୁଲାନ୍ସ ସେବା, ପାନୀୟ ଜଳ, ମଞ୍ଚ ପ୍ରସ୍ତୁତି ଆଦି ସମସ୍ତ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ, ଅନୁଷ୍ଠାନର କର୍ମକର୍ତ୍ତା, ଅନ୍ୱେଷଣ ଥିଏଟର ଗ୍ରୁପର ସଭାପତି ବୃନ୍ଦାବନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।