୨୧ରୁ ସମ୍ବିଧାନ ପଦଯାତ୍ରା କରିବ କଂଗ୍ରେସ

ଜଗତସିଂହପୁର : ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ ପଦଯାତ୍ରାର ଶୁଭାରମ୍ଭ ଜଗତସିଂହପୁର ଜିଲ୍ଲାର ମା" ଶାରଳାଙ୍କ ପିଠରୁ ଚଳିତ ଏପ୍ରିଲ ମାସ ୨୧ରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆରମ୍ଭ ହେବ ବୋଲି ଜଗତସିଂହପୁର ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ପ୍ରକାଶ କରିଛନ୍ତି । ଏହି ପଦଯାତ୍ରା ସକାଳ ୮ଟା ସମୟରେ ଆରମ୍ଭ ହୋଇ ମା" ସାରଳା ମନ୍ଦିରରୁ ବାହାରି ମୁଳିସିଂ ବଜାର, ବିରତୋଳ, ସଂଅରା ଛକ, ସାଁପୁର, ତରଡାପଡା ଛକ, ପୁରୋହିତପୁର ଦେଇ ଜଗତସିଂହପୁର ସହରର ସ୍ଥିତ ଚର୍ଚ୍ଚିକା ବଜାରରେ ପହଞ୍ଚିବ । ଚର୍ଚ୍ଚିକା ବଜାରରୁ ସଂଧ୍ୟା ୬ ଘଟିକା ସମୟରୁ ମଶାଲ ଶୋଭାଯାତ୍ରାରେ ଗାନ୍ଧୀଛକ ପର୍ଯ୍ୟନ୍ତ ଯିବା ସହ ଗାନ୍ଧୀଛକ ଠାରେ ପହଞ୍ଚି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ସମବେତ ପଦଯାତ୍ରୀ ଙ୍କୁ ଉଦବୋଧନ ଦେବେ ବୋଲି ସ୍ତୀରିକୃତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ର ସମସ୍ତ ନେତୃମଣ୍ଡଳୀ ଓ କର୍ମୀମାନେ ଯୋଗଦେବେ ।