ଲୋକଙ୍କ ଦୁଃଖ ପାଲଟିଛି ଏନଏଚ ସର୍ଭିସ ରାସ୍ତା
ଆନନ୍ଦପୁର : ବର୍ଷ ବର୍ଷ ଧରି ସାମାନ୍ୟ ବର୍ଷା ହେଲେ ଆନନ୍ଦପୁର ଶାଳପଡା ଓଭରବ୍ରିଜ ଜାତୀୟ ରାଜପଥ ଡାଇଭର୍ଶନ ରାସ୍ତା ଉପରେ କୁତ୍ରିମ ପୋଖରୀ ଶୃଷ୍ଟି ହୁଏ । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ତଳିପକା ମରାମତି କରି ସେ ତାର ଦାୟିତ୍ୱ ସାରିଦେଇ ଥାଆନ୍ତି । ତେବେ ଏଭଳି ବିପଦପୂର୍ଣ୍ଣ ସଚୋନୀୟ ରାସ୍ତା ମରଣଯନ୍ତା ପାଲଟିଥିବାବେଳେ, ଜୀବନହାନିର ମାଧ୍ୟମ ପାଲଟିଛି । ଏହି ବାଇପାସ ସର୍ଭିସ ରାସ୍ତା ସାଧାରଣ ଲୋକଙ୍କ ଦୁଃଖ ପାଲଟିଛି । ସେପଟେ ଅଧପନ୍ତରିଆ ଜାତୀୟ ରାଜପଥ ସାଙ୍ଗକୁ ସଚୋନୀୟ ସର୍ଭିସ ରାସ୍ତା ଦୁଃଖକୁ ଦୁଇ ଗୁଣ କରିଦେଇଛି । ଏହି ରାସ୍ତାରେ ବଡ ବଡ ଗତ ଶୃଷ୍ଟି ହୋଇଥିବା ବେଳେ ବର୍ଷା ହେଲେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଡି ମାରୁଛି । ଯଦ୍ୱାରା କି ସାଇକେଲ, ବାଇକ୍ ଓ କାର ମଧ୍ୟ ଫସିଯାଉଛି ।
ସେହିପରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟ୍ୟରେ ଜାତୀୟ ରାଜପଥ ରାସ୍ତାକାମ କୁ ଠିକାଦାର ସମାପ୍ତ କରୁନଥିବାବେଳେ ଠିକା ସଂସ୍ଥା ଦାୟିତ୍ୱରେ ଥିବା ସର୍ଭିସ ରାସ୍ତା କୁ ମରାମତି ମଧ୍ୟ୍ୟ କରୁନଥିବା ଦେଖିବାକୁ ମିଳିଛି . ଅପରପକ୍ଷେ ଦୁର୍ବଳ ସର୍ଭିସ ରାସ୍ତା ଉପରେ ଲୁହାପଥର ବୋଝେଇ ଭାରୀଯାନ ଯାତାୟତ କରିବା ଦ୍ୱାରା ଅବସ୍ଥା କୁ ଅଧିକରୁ ଅଧୀକ ବିଗିଡି ଯାଉଥିବା ପରିଲକ୍ଷିତ ହେଉଛି । ତେବେ ଏହି ରସ୍ତା ଉପରେ ୈନିକ ପ୍ରଶାସନିକ ଅଧିକାରୀ ଙ୍କଠାରୁ ଆରମ୍ଭ କରି ଦେଶ ସେବାପାଇଁ ବ୍ରତୀ ବୋଲାଉଥିବା ବିଧାୟକ, ସାଂସଦ ଏବଂ ନିର୍ବାଚିତ ଜନପ୍ରତିନିଧିମାନେ ଯାତାୟତ କରୁଥିଲେ ମଧ୍ୟ କେହି ଏହି ସମସ୍ୟା ପ୍ରତି ପଦୁଟିଏ ବି ପାଟି ଫିଟାଉନଥିବା ସ୍ପଷ୍ଟ ଅନୁମେୟ ହେଉଛି. ଯଦି ଆନନ୍ଦପୁର ର ଲାଇଫ ଲାଇନ କୁହାଯାଉଥିବା ଏହି ରାସ୍ତାର ଅବସ୍ଥାର ପରିସ୍ଥିତି ଏପରି ତେବେ ଗ୍ରାମାଞ୍ଚଳରେ ରାସ୍ତା ଘାଟ ର ଅବସ୍ଥା କିପରି ତାହା ଜଣା ପଡିଯାଉଛି । ତେବେ ଏହି ସର୍ଭିସ ରାସ୍ତାର ସୁଧାର ଆଣିବାକୁ ସ୍ଥାନୀୟ ବିଧାୟକ ଏବଂ ଉପଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।