ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର
ରାଜକନିକା : ଓଳାଭର ମହାବିଦ୍ୟାଳୟ ଆନୁକୂଲ୍ୟରେ + ୩ପ୍ରଥମ ବର୍ଷ ଛାତ୍ରୀଙ୍କ ନିମନ୍ତେ ଏକ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ହଳଧର ବେହେରା ଯୋଗ ଦେଇ ବର୍ତ୍ତମାନ ସମୟରେ ଆତ୍ମ ରକ୍ଷାର ଗୁରୁତ୍ୱ, ଓ ଏହାର ଉପକାରିତା, ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ରବୀନ୍ଦ୍ର କୁମାର ସେନାପତି ଆତ୍ମ ରକ୍ଷାର ପ୍ରାସଙ୍ଗିକତା, ଉଷାରାଣୀ ରଥ ନାରୀ ସୁରକ୍ଷାରେ ଆତ୍ମ ରକ୍ଷାର ଗୁରୁତ୍ୱ, ଡ଼ ସୁଧୀର କୁମାର ବାରିକ ନାରୀମାନେ କିପରି ଆତ୍ମରକ୍ଷା ପ୍ରଶିକ୍ଷଣ ଦ୍ୱାରା ନିଜକୁ ଆତ୍ମନିର୍ଭର କରି ପାରିବେ ସେ ସମ୍ପର୍କରେ ପିଲାମାନଙ୍କୁ ଉପଦେଶ ଦେଇଥିଲେ । ସେହିପରି ମଧୁସ୍ମିତା ସୁକ୍ଲା ଆତ୍ମ ରକ୍ଷାର ସଠିକ୍ ପ୍ରୟୋଗ ଓ ଡ଼.ପୁଷ୍ପ ଲତା ସେଠି ଆତ୍ମ ରକ୍ଷା ପ୍ରଶିକ୍ଷଣ ଦ୍ୱାରା କିପରି ଶାରୀରିକ ସୁସ୍ଥତା ଆସେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ରୂପେ ମହିମା ପ୍ରଧାନ ଶାରୀରିକ ଓ ମାନସିକ ବିକାଶରେ ଆତ୍ମ ରକ୍ଷାର କୌଶଳ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରିଥିଲେ । ଟ୍ରେନ୍ର ମଞ୍ଜୁଲତା ସେନାପତି ଆତ୍ମରକ୍ଷା ଜୀବନରେ କିପରି ଯୋଡି ହୋଇଯାଇଛି ସେ ସମ୍ପର୍କରେ ବୁଝାଇଥିଲେ । ଶେଷରେ ଅଧ୍ୟାପିକା ଅବନ୍ତୀ ରୟ ଧନ୍ୟବାଦ ଅର୍ପଣ କରିଥିଲେ ।