ବାଳିକା ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର

ବ୍ୟାସନଗର: ଇନ୍ଦିରା ଗାନ୍ଧୀ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲରେ ବାଳିକା ଆତ୍ମସୁରକ୍ଷା ଶିବିର ଉଦ୍ୟାପିତ ହୋଇଯାଇଛି । ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷା ଲଳିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଅତିଥି ଭାବେ ଉଚ୍ଚମାଧ୍ୟମିକ ନିଦେ୍ର୍ଦଶାଳୟର ଉପ ନିଦେ୍ର୍ଦଶକ ପ୍ରମୋଦ କୁମାର ରାୟ, ଯାଜପୁର ଜିଲାର ନୋଡାଲ ଅଫିସର ତଥା ବିରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଗୌରସୁନ୍ଦର ଦାସ ଓ ବିରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ କିରାଣୀ ସୁବାସଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଶିବିରର ସଂଯୋଜକ ଅଧ୍ୟାପକ ଚିତରଞ୍ଜନ ବଳ ଆଠଦିନ ଧରି ଚାଲିଥିବା ଶିବିରର ବିବରଣୀ ପାଠ କରିଥିଲେ । ଅଧ୍ୟାପକ ଜ୍ୟୋତି ପ୍ରକାଶ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିବିରରେ ପ୍ରଶିକ୍ଷଣ ନେଇଥିବା ୩୫୦ ପ୍ରଶିକ୍ଷାର୍ଥୀ ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପ୍ରଶିକ୍ଷକା ଭାବେ ମମତାମୟୀ ଦାଶ ଓ ଲିପ୍ସାରାଣୀ ଶତପଥୀ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣଶିକ୍ଷା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କମଧ୍ୟରେ ଅଧ୍ୟାପିକା ଡଃ ହିରଣ୍ମୟୀ ମିଶ୍ର, ଦିସ୍ତୀମୟୀ ରାଉତ, ଅନିମା ପ୍ରଧାନ, ରାଜଲକ୍ଷ୍ମୀ ଦାସ, ଆୟେଶା ପରିଡ଼ା, ଅଧ୍ୟାପକ ଗୋବର୍ଦ୍ଧନ ନାୟକ, ହୃଷୀକେଶ ତ୍ରିପାଠୀ, ସୁରେନ୍ଦ୍ର ମଲ୍ଲିକ, ସରୋଜ ଜେନା, ଅଧ୍ୟାପିକା ଇପାଞ୍ଜଳୀ ନାୟକ, ଦେବଯାନୀ ଦାସ,ସ୍ମୃତିଶ୍ରୀ ବେହେରା, ପାୟଲ ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ । କ୍ଷୀରୋଦ ରାଉତ, ଅଶୋକ ଦାସ, କଲ୍ୟାଣୀ ପରିଡ଼ା, ଶିବ ପ୍ରସାଦ ଦାସ, ବିନାୟକ ପାଢ଼ୀ, ଅଶୋକ ଭଞ୍ଜ, ହେମନ୍ତ ବେହେରା, ବସନ୍ତ ସେଠୀ, ରମେଶ ସ୍ୱାଇଁ, ଜୟ ପ୍ରକାଶ ଦାସ, ପ୍ରଦୀପ ଦାସ, ଅଚ୍ୟୁତ ମଲ୍ଲିକ ସହଯୋଗ କରିଥିଲେ । ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ପାଣିକୋଇଲି: ସେହିପରି ଶଙ୍ଖଚିଲା ହିଙ୍ଗୁଳା ଉଚ୍ଚ ମାଧ୍ୟମିକ ସ୍କୁଲରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ ହୋଇଛି । ସଂଯୋଜକ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବେହେରାଙ୍କ ସଞ୍ଚାଳନାରେ ଶିବରରେ ୭୮ଜଣ ଛାତ୍ରୀ ପ୍ରଶିକ୍ଷଣ ନେଇଥିଲା ବେଳେ, ପ୍ରଶିକ୍ଷିକା ଭାବେ ଭାଗ୍ୟଶ୍ରୀ ମହାପାତ୍ର ତାଲିମ ଦେଇଥିଲେ । ଅଧ୍ୟକ୍ଷ ପ୍ରର୍ଶୁରାମ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିର ଉଦ୍ୟାପନୀରେ ଅତିଥି ଭାବେ କଲେଜ ପରିଚାଳନା ପରିଷଦ ପୂର୍ବତନ ସମ୍ପାଦକ କୈଳାସ ଚନ୍ଦ୍ର ପୃଷ୍ଟି, ଶିକ୍ଷାବିତ୍ ଶିବପ୍ରସାଦ ବେହେରା, ଅଧ୍ୟାପକ ମଳୟ ମଲ୍ଲିକ, ପୂର୍ବତନ ସଭ୍ୟ ଦିଲ୍ଲୀପ କୁମାର ସାହୁ ଓ ଅଧ୍ୟାପକ କପିଳେନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ନିର୍ମଳରଞ୍ଜନ ସାହୁ, ପବିତ୍ର ସାହୁ, ଅଧ୍ୟାପିକା ଡ. ସ୍ୱପ୍ନମାନସୀ ପୃଷ୍ଟି, ଅଧ୍ୟାପକ ଉପେନ୍ଦ୍ର କୁମାର ନାୟକ, ଅଧ୍ୟାପିକା ସୁମିତ୍ରା ସାହୁ, ଜୟନ୍ତ କୁମାର ମଲ୍ଲିକ, କ୍ରୀଡାଶିକ୍ଷକ ପୀତାମମ୍ବର ବେହେରା, ଅଶୋକ କୁମାର ନାୟକ, ବସନ୍ତ କୁମାର ସାହୁ, ନୀଳମଣି ମଲ୍ଲିକ, ଅଭୟ ବେହୁରା, ଲିପୁନା ବାରିକ ପ୍ରମୁଖ ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ । ସଂଯୋଜକ ଶ୍ରୀ ବେହେରା ଅତିଥ୍ୟ ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ।