ବାବା ବରୁଣେଶ୍ୱର ମହିମା କ୍ୟାସେଟ ଉନ୍ମୋଚିତ

 ଯାଜପୁର: ବିଞ୍ଝାରପୁର ବ୍ଲକ ଅରେଇ ଗ୍ରାମର ପ୍ରସିଦ୍ଧ ବରୁଣେଶ୍ୱର କ୍ଷେତ୍ର ପରିସରରେ ବାବା ବରୁଣେଶ୍ୱର ମହିମା କ୍ୟାସେଟ ଉନ୍ମୋଚିତ ହୋଇଯାଇଛି । ଉକ୍ତ କ୍ୟାସେଟରେ ଦଶଟି ଗୀତ ସ୍ଥାନିତ ଅଛି । ଉକ୍ତ ଉତ୍ସବରେ ତହସିଲଦାର କୈଳାସ ମହାଳିକ, ବିଡିଓ ହିତାଂଶୁ ଶେଖର ସାମଲ, ସରପଂଚ ସ୍ମୃତିସମିକ୍ଷା ମଲ୍ଲିକ, ସମାଜସେବୀ ରାଜେନ୍ଦ୍ର ରାଉତରାୟ ପ୍ରମୁଖ ଉପସ୍ଥିତ ରହି କ୍ୟାସେଟ ଟିକୁ ଉନ୍ମୋଚନ କରିଥିଲେ । ବିଡିଓ ତଥା ଗୀତିକାର ହିତାଂଶୁ ଶେଖର ସାମଲଙ୍କ ରଚନାରେ ଓଡ଼ିଶାର ସୁନାମଧନ୍ୟ ଗାୟକ ଚରଣ ମହାନ୍ତି କଣ୍ଠଦାନ କରିଛନ୍ତି । ଉକ୍ତ ଗୀତଟିକୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିଦେ୍ର୍ଦଶକ ଦିନେଶ କୁମାର ମଲ୍ଲିକ ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି । ସେହିପରି ଅନ୍ୟ ଗୀତ ଗୁଡ଼ିକ ମଧ୍ୟରେ ଗୀତିକାର ଶିକ୍ଷୟିତ୍ରୀ ନଳିନୀପ୍ରଭା ଦାସ ଓ ଶିକ୍ଷାବିତ ଅକ୍ଷୟ କୁମାର ଦାସ ରଚନା କରିଛନ୍ତି । ଓଡ଼ିଶାର ସୁନାମଧନ୍ୟ ଗାୟିକା ଅରୂପମା ନାୟକ, ସାଈଶ୍ରୀ ପୃଷ୍ଟି, ବିଜୟିନୀ ଦାଶ, ଅପରୂପା ତ୍ରିପାଠୀ, ଅଂଶୁମାନ ପଣ୍ଡା, ବିଜୟାଲକ୍ଷ୍ମୀ ଶତପଥୀ, ଶ୍ରଦ୍ଧାସୁମନ ତ୍ରିପାଠୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡ଼ା, କ୍ରିଷ୍ଣା କଲ୍ୟାଣୀ ବେହେରା, ଅନୂସୟା ଜେନା, ଦେବସ୍ମିତା ମିଶ୍ର ପ୍ରମୁଖ ବରୁଣେଶ୍ୱର ଭଜନରେ କଣ୍ଠଦାନ କରିଥିଲେ । ସମସ୍ତ ଗୀତ ଗୁଡ଼ିକ ସଙ୍ଗୀତ ନିଦେ୍ର୍ଦଶକ ଦିନେଶ କୁମାର ମଲ୍ଲିକ ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି ।