ବିଇଓ ଭାବେ ଯୋଗଦେଲେ ଉମେଶ

 ନାଉଗାଁ : ବ୍ଲକ ଶିକ୍ଷା ଅଧିକାରୀ ଭାବେ ପଞ୍ଚାୟତ ରାଜ ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ରାଉତ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଅଲଣାହାଟ ହାଇସ୍କୁଲ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ପାଢୀ ଅତିରିକ୍ତ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିଲେ । ତାଙ୍କ ଠାରୁ ଦାୟିତ୍ୱ ରାଉତଙ୍କୁ ହସ୍ତାନ୍ତର କରାଯାଇଛି । ଶ୍ରୀଯୁକ୍ତ ରାଉତ ୪ବର୍ଷ ଧରି ଏରଡା ସ୍ଥିତ ପଞ୍ଚାୟତ ରାଜ ହାଇସ୍କୁଲ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ପଦୋନ୍ନତି ପାଇ ବ୍ଲକ ଶିକ୍ଷାଧିକାରୀ ଭାବେ ଯୋଗଦେଇଛନ୍ତି । ଶ୍ରୀଯୁକ୍ତ ରାଉତ ଦୀର୍ଘ ୧୫ବର୍ଷ ଧରି ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ୨୦୦୫ ରୁ ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ । ଏହି ସମୟରେ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ପାଳନ ହୋଇଥିଲା ଯାହାର ଶ୍ରେୟ ରାଉତଙ୍କୁ ଯାଇଥିଲା ।