ବିକଳାଙ୍ଗ ମଞ୍ଚ ପକ୍ଷରୁ ଦାବିପତ୍ର
ସୁକିନ୍ଦା : ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିବା ଦାବୀରେ ବିକଳାଙ୍ଗ ମଞ୍ଚ ପକ୍ଷରୁ ଶତାଧିକ ଭିନ୍ନକ୍ଷମ ସୁକିନ୍ଦା ବିଡ଼ିଓଙ୍କୁ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏକକ ପରିବାରର ମାନ୍ୟତା ଦେଇ ତାଙ୍କୁ ଅନ୍ତୋଦୟ ଅନ୍ନ ଯୋଜନାରେ ଅନ୍ତୋଦୟ କାର୍ଡ ଯୋଗାଇ ଦେବା, ସରକାରଙ୍କ ଆବାସ ଯୋଜନାରେ ସେମାନଙ୍କ ନିମନ୍ତେ ୫ପ୍ରତିଶତ ସଂରକ୍ଷଣ କରିବା ସହ ସମସ୍ତ ଭିନ୍ନକ୍ଷମଙ୍କୁ ପକ୍କାଘର ଯୋଗାଇ ଦେବା, ବସୁନ୍ଧରା ଯୋଜନାରେ ଘରଡିହ ପଟ୍ଟା ଯୋଗାଇ ଦେବା ଓ ବିଭିନ୍ନ ପଂଚାୟତରେ ଥିବା ସରକାରୀ ମାର୍କେଟ କମ୍ପ୍ଲେକ୍ସ ଗୃହ ଯୋଗାଇ ଦେବା ଆଦି ୫ଦଫା ଦାବି ସମ୍ବଳିତ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବୀ ଗୁଡ଼ିକ ଉପରେ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।
 
 Rasmita Behera
                                    Rasmita Behera                                 
    
 
    
 
 
 
