ବିକଶିତ କୃଷି ସଂକଳ୍ପ ଅଭିଯାନ
ବରୀ: ଯାଜପୁର ବ୍ଲକ ଅନ୍ତର୍ଗତ ସାହସପୁର ପଞ୍ଚାୟତ ଅଧିନରେ ଥିବା ସାହସପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତୀୟ କୃଷି ଗବେଷଣା ପରିଷଦ ସଂଗୀତ ଗାନ କରାଯିବା ସହିତ ଭାରତର ପ୍ରଧାନମନ୍ତ୍ରୀଙ୍କର ଅଭିଭାଷଣ ପରିବେଷଣ କରାଯାଇଥିଲା । ବ୍ଲକ କୃଷି ଅଧିକାରୀ ବିଭୁତି ଭୂଷଣ ପତିଙ୍କ ସହାୟତାରେ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କୃଷିରତ ମହିଳା ଗବେଷଣା ସଂସ୍ଥାନର ପ୍ରମୁଖ ବୈଜ୍ଞାନିକ ଯୋଗ ଦେଇ କେନ୍ଦ୍ରସରକାରଙ୍କର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନ ସମ୍ବନ୍ଧରେ ଆଲୋଚନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ବିଜୟ କୁମାର ରାଉତରାୟ ଓ ବବିତା ମିଶ୍ର, କେନ୍ଦ୍ରୀୟ ମତ୍ସ୍ୟ ଗବେଷଣା କେନ୍ଦ୍ର ଭୁବନେଶ୍ୱରର ବୈଜ୍ଞାନିକ ଡ. ମୋହନ ବାଗେ ଯୋଗ ଦେଇ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନ ସମ୍ବନ୍ଧରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଧାନର ଉନ୍ନତି କିସମ, ଫସଲର ବିଭିନ୍ନ ରୋଗପୋକ ଓ ତାର ପ୍ରତିକାର ମତ୍ସ୍ୟଚାଷ ଅଦିନିଆ ପନିପରିବା ଚାଷ, ଛତୁଚାଷ, ସୁରକ୍ଷିତ ଚାଷ, ଜୈବିକଚାଷ, ପଶୁପାଳନ ଇତ୍ୟାଦି ଉନ୍ନତି ଗ୍ୟାନ କୌଶଳ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚ କଳ୍ପନା ଭୂୟାଁ ଉପସ୍ଥିତ ରହି କୃଷକ ଓ କୃଷିଜୀବୀ ମହିଳାମାନଙ୍କ ସହିତ ଚାଷ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବି.ଟି ଏମ ପାର୍ଥ ପ୍ରତିମ ସ୍ୱାଇଁ, ଏଟିଏମ୍ ଶ୍ରଦ୍ଧାଞ୍ଜଳି ବେହେରା, ଶୁଭଶ୍ରୀ ନାୟକ, ଗ୍ରାମ୍ୟକୃଷି କର୍ମଚାରୀ ଅନ୍ତ ଚରଣ ମାଝୀ, ମାନସ ମଲ୍ଲିକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । କୃଷି ରଥ ମାଧ୍ୟମରେ ଚାଷୀ ଓ ଭଉଣୀମାନଙ୍କୁ ସରକାରୀ ସୁବିଧା ସୁଯୋଗ ବିଷୟରେ ଅବଗତ କରିଥିଲେ ।