ବିକଶିତ କୃଷି ସମ୍ପର୍କ ଅଭିଯାନ
ଆନନ୍ଦପୁର : ବ୍ଲକ ଅନ୍ତର୍ଗତ ବେଲବାହାଳି ଓ ଜଳସୁଆଁ ଠାରେ କୃଷି ବିଭାଗ ଆନୁକୁଲ୍ୟରେ ବିକଶିତ କୃଷି ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଭିଯାନର ଲାଭ କିଭଳି ଭାବେ ତୃଣମୂଳ ସ୍ତରରେ ଚାଷୀ ମାନଙ୍କ ନିକଟରେ ପହଁଚି ପାରିବ ସେନେଇ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମତପୋଷଣ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଯୋଗ ଦେଇଥିବା ବେଳେ ସରପଞ୍ଚ ଦୀପ୍ତି ସାହୁ, ବରିଷ୍ଠ ଚାଷୀ ନେତା ଅନାଦୀ ଚରଣ ସାହୁ, ବ୍ଲକ କୃଷି ଅଧିକାରୀ ଜୟନ୍ତ କୁମାର ଦାସ, କୃଷି ବୈଜ୍ଞାନିକ ନିଗମାନନ୍ଦ ବେହେରା, ସମୀରଣ ନନ୍ଦୀ, ନୀତିଶ କୁମାର, ମାସୁମ୍ ମହାନ୍ତି, ଭାଗ୍ୟଶ୍ରୀ ଓଝା,, ସମିନା ପରବିନ୍, ଜଗମୋହନ ନାୟକ, ରାଜଶ୍ରୀ ସାହୁଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
