କୃଷକ ସାଥୀ ସଚେତନତା ଶିବିର

 ଚମ୍ପୁଆା : କୃଷି ଓ କୃଷକ ସଶକ୍ତିକରଣ ବିଭାଗର ନିଦେ୍ର୍ଦଶକ୍ରମେ ଆଜି ଚମ୍ପୁଆ କୃଷି ଜିଲ୍ଲା ଅଧିକାରୀଙ୍କ ସଭାଗୃହ ଠାରେ ଚମ୍ପୁଆ ଓ ଝୁମ୍ପୁରା ବ୍ଲକର କୃଷକ ସାଥୀ ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି  । ଦୁଇଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ ଅଧ୍ୟକ୍ଷତା କରିଥିଲେ ଚମ୍ପୁଆ କୃଷି ଜିଲ୍ଲା ଅଧିକାରୀ ସତ୍ୟବାନ୍ ସୋରେନ୍  । ଅନ୍ୟମାନଙ୍କ ମଧ୍ୟରେ ସହକାରୀ କୃଷି ନିଦେ୍ର୍ଦଶକ ବନ୍ଦିତା ଜେନା, ଜଳ ବିଭିଜିକା ପ୍ରକଳ୍ପ ନିଦେ୍ର୍ଦଶକ ଅଶୋକ କୁମାର ସେନାପତି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପର୍ଶୁରାମ ବେହେରା, ସହକାରୀ କୃଷି ଅଧିକାରୀ ହରି ଓମ୍ ପାଣିଗ୍ରାହୀ, ରମାମଣୀ ସାହୁ, ଝୁମ୍ପୁରା ସହକାରୀ କୃଷି ଅଧିକାରୀ ରତିକାନ୍ତ ମହାନ୍ତି, ରୁଦ୍ରମାଧବ ନାଏକ, ଯୋଡ଼ା ସହକାରୀ କୃଷି ଅଧିକାରୀ ଦେବବ୍ରତ ମିଶ୍ର,ଚମ୍ପୁଆ ବ୍ଲକ କୃଷି ଅଧିକାରୀ ସାରଦା ହାଁସଦା,ଝୁମ୍ପୂରା ବ୍ଲକ କୃଷି ଅଧିକାରୀ ସମତା ମହାନ୍ତ ପ୍ରମୁଖ ଯୋଗଦେଇ କୃଷି ଓ କୃଷକ କଲ୍ୟାଣ କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପ ଗୁଡିକ ସମ୍ପର୍କରେ କୃଷକମାନେ ଅଧିକରୁ ଅଧିକ ସଚେତନ ହୋଇ ସେ ସବୁର ଫାଇଦା ନେବାକୁ ପରାମର୍ଶ ଦେଇଥିଲେ  ।