ସାମାଜିକ ସମୀକ୍ଷା ବୈଠକ
ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏମଜିଏନଆରଜିଏସ ଏବଂ ରାସନ କାର୍ଡ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଝରିଗାଁ ବିଡିଓ ମଧୁସୂଦନ ମାଝୀ ଏବଂ ଇଚ୍ଛାପୁର ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଛବିଲାଲ ସାହୁଙ୍କ ନିଦେ୍ର୍ଦଶକ୍ରମେ ଗ୍ରାମପଞ୍ଚାୟତ ଏସିଡିଇଓ ଯୁଧିଷ୍ଠିର ଦାସ ଏବଂ ଯୋଗାଣ ସହାୟକ ପଦଲାମ ସାନ୍ତା ସ୍ଥାନୀୟ ପଞ୍ଚାୟତବାସୀଙ୍କୁ ନେଇ ଏମଜିଏନଆରଜିଏସ ଏବଂ ରାସନ କାର୍ଡ ସାମାଜିକ ସମୀକ୍ଷା ବୈଠକ କରିଛନ୍ତି । ଏହି ସମୀକ୍ଷା ବୈଠକରେ ମନରେଗା କାର୍ଯ୍ୟ ବିଷୟରେ ଉପସ୍ଥିତ ଲୋକଙ୍କୁ ବୁଝାଇ ସହିତ କିପରି ଗାଁରେ ରହି ମନରେଗା କାର୍ଯ୍ୟ କରିବେ ଏବଂ ରୋଜଗାର କରିପାରେବେ ତାହାନେଇ ଆଲୋଚନା କରାଯାଇଛି । ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଚାଲାଣ ବନ୍ଦ ହେବା ଏବଂ ଗାଁରେ ଲୋକେ ମନରେଗା ଯୋଜନାରେ କାର୍ଯ୍ୟ କରି ରୋଜଗାର କରିବା ଏହି ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା । ଏହାସହିତ ରାସନକାର୍ଡ ବିଷୟରେ ଆଲୋଚନା କରାଯାଇଥିଲା । ଯେଉଁମାନେ ରାସନ କାର୍ଡରେ ନାଁ ଯୋଡିବା ଏବଂ ନୂଆଁ ରାସନ କାର୍ଡ କିପରି କରିବେ ତାହା ନେଇ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ । ଏହି ସାମାଜିକ ସମୀକ୍ଷା ବୈଠକରେ ବିଆରପି ଏବଂ ପଞ୍ଚାୟତବାସୀ ଉପସ୍ଥିତ ଥିଲେ ।