ବିକାଶ ସାମ୍ମୁଖ୍ୟ ପକ୍ଷରୁ ସାଂସଦଙ୍କୁ ସ୍ମାରକପତ୍ର
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମୁଖ୍ୟ ପକ୍ଷରୁ ଜିଲ୍ଲାର ବିକାଶ ପାଇଁ ସାଂସଦ ବୈଜୟନ୍ତ ପଣ୍ଡା, ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, ମହାକାଳପଡା ବିଧାୟକ ଡଃ. ଦୁର୍ଗାପ୍ରସନ୍ନ ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦୁଃଖ ଓ ପରିତାପର ବିଷୟ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଏପର୍ଯ୍ୟନ୍ତ କେହି ଆଖି ଦୃଶିଆ ଗଠନ ମୂଳକ ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ରାଜ୍ୟରେ ଆମ ଜିଲ୍ଲା ଅର୍ଥନୈତିକ ଦୃଷ୍ଟିକୋଣରୁ ୨୭ତମ ସ୍ଥାନରେ ସ୍ଥାନୀତ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ଶିଳ୍ପ, ପର୍ଯ୍ୟଟନ ଆଦି କ୍ଷେତ୍ରରେ କୌଣସି ଯୋଜନାବଦ୍ଧ କାର୍ଯ୍ୟ ହୋଇନାହିଁ । କେବଳ ସ୍ୱର୍ଗତ ଦୀନବନ୍ଧୁ ସାହୁ କେନ୍ଦ୍ରାପଡା କଲେଜ୍ ପ୍ରତିଷ୍ଠା ଓ ଶିଳ୍ପ କରିଡୋର୍ କରିବାରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିଲେ । ଯାହା ଆଜି ଦିନରେ ସ୍ମରଣୀୟ । କେନ୍ଦ୍ରାପଡାରେ ମେଡିକାଲ୍ କଲେଜ ପ୍ରତିଷ୍ଠା, ବିଶ୍ୱ ବିଦ୍ୟାଳୟ ଓ ଜଜାଙ୍ଗଠାରେ କୃଷି ବିଶ୍ୱ ବିଦ୍ୟାଳୟର ଏକ କ୍ୟାମ୍ପସ୍ ପ୍ରତିଷ୍ଠା, ଚାଷ ପାଇଁ ଭୁତୁମୁଣ୍ଡାଇ ଠାରେ ମହାନଦୀ ଉପରେ ବ୍ୟାରେଜ୍ ନିର୍ମାଣ, ପର୍ଯ୍ୟଟନ ବିକାଶ ପାଇଁ ଭିତରକନିକା ଓ ହୁକିଟୁଲାର ଉନ୍ନତି ସାଧନ କରିବା, ଜଳସେଚନ, ଜଳ ନିଷ୍କାସନ, ଗୋଦାମ ଗୃହର ପ୍ରତିଷ୍ଠା, ଶୀତଳ ଭଣ୍ଡାର ପ୍ରତିଷ୍ଠା, ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ, ଯାତାୟତର ସୁବିଧା ପାଇଁ ରେଲ୍ ଲାଇନ୍ ସଂପ୍ରସାରଣ ସହ ଯାତ୍ରୀବାହୀ ଟ୍ରେନ୍ ଭୁବନେଶ୍ୱର, ପୁରୀ ଓ କଲିକତାକୁ ସମ୍ପ୍ରସାରଣ କରିବା ଆଦି ଯୋଜନାବଦ୍ଧ ଖସଡା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ଜିଲ୍ଲା ବିକାଶ