ରାତିରେ ଦୁଇଟି ସ୍ଥାନରୁ ଚୋରି

ବ୍ୟାସନଗର: ପୈାରାଂଚଳରେ କ୍ରମାଗତ ଭାବେ ବଢିଚାଲିଛି ଚୋରି । ହେଲେ ଯାଜପୁର ରୋଡ଼ ପୁଲିସ ଟେର ପାଉନି ।  ମାସକ ମଧ୍ୟରେ ଥାନା ଅଂଚଳରେ ୫ରୁ ଅଧିକ ଛୋଟ ବଡ ଚୋରି ଘଟିସାରିଥିଲେ ହେଁ ପୁଲିସ ସାମାନ୍ୟତମ ସୁରାକ ପାଉନି । ସଦ୍ୟ ବା୨୬ତାରିଖରେ ପୈାରାଂଚଳ ମୁଣ୍ଡମାଳ ଅଂଚଳରେ ରହୁଥିବା ଅନୀତା ଦେବରାୟଙ୍କ ପରିବାର ଲୋକେ ଭୂବନେଶ୍ୱର ଯାଇଥିବା ବେଳେ ଦୁର୍ବୃତ କବାଟ ଭାଙ୍ଗି ଘରୁ ଚୋରି କରି ନେଇଥିଲେ । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଦୁବୃର୍ତ ଆଲମିରା ଭାଙ୍ଗି ଦୁଇଟି ସୁନା ମୁଦି, ବାହୁଟି ସହ୧୨ହଜାର ଟଙ୍କା ଲୁଟି ନେଇଛନ୍ତି । ସେହିପରି ୨୬ତାରିଖ ସନ୍ଧ୍ୟାରେ ପୈାରପରିଷଦ ଅର୍ନ୍ତଗତ ସନ୍ତରା ଗ୍ରାମର ସତ୍ୟରଂଜନ ବିଶ୍ୱାଳଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃତ ।  ସତ୍ୟରଂଜନଙ୍କ ପତ୍ନୀ ବଜାର ଯାଇଥିବା ବେଳେ ୮.୩୦ରେ ଘରକୁ ଫେରି ଦେଖନ୍ତି ଯେ ଘର ତାଲା ଭଙ୍ଗା ହେବା ସହିତ ଲକର ଭାଙ୍ଗି ସୁନାଗହଣା ଲୁଟ ହୋଇଛି ।  ସତ୍ୟରଂଜନ ଥାନାରେ ଏତଲା କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଗୋଟିଏ ଦିନରେ ୨ଟି ସ୍ଥାନରୁ ଚୋରି ହେବା ଘଟଣା ଭୟର ବାତାବରଣ ସୃଷ୍ଠି କରିଛି ।