ଆଧ୍ୟାତ୍ମିକ ଗୁରୁଙ୍କ ବିୟୋଗରେ ଶୋକ
ଯାଜପୁର: ଯାଜପୁର ଜିଲାର ବରିଷ୍ଠ ଆଧ୍ୟାତ୍ମିକ ଗୁରୁ ନାରାୟଣ ଚନ୍ଦ୍ର ପଟ୍ଟନାୟକ(୮୩)ଙ୍କ ବାସଭବନ ନନ୍ଦିପୁର ନିକଟସ୍ଥ ବାଉଁସବାଡି ଗ୍ରାମରେ ପରଲୋକ ହୋଇଯାଇଛି । ସେ ଠାକୁର ଅନୁକୂଳଚନ୍ଦ୍ରଙ୍କର ପରମ ଭକ୍ତ ଓ ସହ-ପ୍ରତିଋତିକ ଥିଲେ । ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗରେ କାର୍ଯ୍ୟ କରି ୧୯୯୮ ମସିହାରେ ଅବସର ଗ୍ରହଣ କରିଥିଲେ । ସେ ଯୁବକ ଅବସ୍ଥାରୁ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦୀକ୍ଷା ଗ୍ରହଣକରି ତାଙ୍କର ବାର୍ତା ପ୍ରଚାର କାର୍ଯ୍ୟରେ ନିୟୋଜିତ ହୋଇ ଆଧ୍ୟତ୍ମିକ ମାର୍ଗ ଦର୍ଶନ ଭଳି କାର୍ଯ୍ୟ କରିଥିଲେ । ଅବସର ପରେ କୁଜଙ୍ଗ, ପାରାଦ୍ୱୀପ, ପଟାମୁଣ୍ଡାଇ, ମାର୍ଶାଘାଇ, ଯାଜପୁର ରୋଡ, ସୁକିନ୍ଦା, କୋରେଇ, ଦାନଗଦୀ, କୁଆଖିଆ, ଜାରକା, ଚଣ୍ଡୀଖୋଲ ଏପରିକି ଓଡିଶାର ଉପାନ୍ତ ଅଞ୍ଚଳରେ ପହଞ୍ଚି ୫୦ ହଜାରରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଦୀକ୍ଷା ଦେଇ ଆଧ୍ୟାତ୍ମିକ ଦିଗକୁ ଆଣିଥିଲେ । ତାଙ୍କର ଅଦମ୍ୟ ନିଷ୍ଠା ଓ ଉଦ୍ୟମରେ ଓଡିଶାରେ ସତସଙ୍ଗ ବିହାର ଗଢି ଉଠିଥିଲା । ସେ ଜୀବନର ଶେଷ ଅବସ୍ଥାରେ ମଧ୍ୟ ସତସଙ୍ଗ ଛାଡି ନଥିଲେ । ତାଙ୍କ ବିୟୋଗରେ ସମଗ୍ର ଓଡିଶାର ବିଭିନ୍ନ ସତସଙ୍ଗୀମାନେ ତଥା ଯାଜପୁର ଜିଲ୍ଲାର ପ୍ରତ୍ୟେକ ସତସଙ୍ଗ କେନ୍ଦ୍ର ପକ୍ଷରୁ ଏବଂ ବିଞ୍ଝାରପୁର ସତସଙ୍ଗ ବିହାରର ଭକ୍ତମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କର ଏତାଦୃଶ କୃତୀ ଓ ନିଷ୍ଠା ପାଇଁ ଚଳିତ ବର୍ଷ ବରୁଣେଶ୍ୱର କ୍ଷେତ୍ରରେ ଅଖିଳଚକ୍ର ପକ୍ଷରୁ ଅନୁଷ୍ଠିତ ମକରମିଳନ ଉସôବରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ତେଣୁ ତାଙ୍କ ବିୟୋଗରେ ଅଖିଳଚକ୍ର ପକ୍ଷରୁ ସମ୍ପାଦକ ହରେକୃଷ୍ଣ ପଣ୍ଡାଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ।