ବିଜେଡି ଉପଦେଷ୍ଟା କମିଟି ଗଠିତ
ଧର୍ମଶାଳା: ଧର୍ମଶାଳା ବିଜେଡିର ନିର୍ବାଚନ ମଣ୍ଡଳୀସ୍ତରୀୟ ପଦେଷ୍ଟା କମିଟି ଗଠନ କରାଯାଇଛି । ଜିଲ୍ଲା ବିଜେଡି ସଭାପତି ସରୋଜ ମହପତ୍ର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ପାଇଁ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଭାବେ ପ୍ରିୟନାଥ ମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି କମିଟିରେ ପୁର୍ବତନ ଜିଲ୍ଲା ବିଜେଡି ସଭାତି ନରେଶ ଚନ୍ଦ୍ର ମହାନ୍ତି, ସୁରେନ୍ଦ୍ର କୁମାର ପଣ୍ଡା, ଜିଲାପରିଷଦ ଜଳଧର ମହାନ୍ତି, ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ଦୁଃଶାସନ ସାହୁ, ପୁର୍ବତନ ଜିଲ୍ଲା ପରିଷଦ ଉକ୍ରଳମଣି ଦାସ, ଅମରେନ୍ଦ୍ର ରାୟ, ନିରଞ୍ଜନ ବଳ, ଲୋକନାଥ ପଣ୍ଡା, ବଟକୃଷ୍ଣ ରାଉତ ଓ ରାଜ କିଶୋର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସଭାପତି ଶ୍ରୀ ମହାପାତ୍ର ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।