ପୁଣି ଡାଇରିଆ ଆତଙ୍କ : ଶିଶୁ ସମେତ ୨ ମୃତ

ମାରାତ୍ମକ ସ୍ଥିତି ଆଣିପାରେ ଶିଶୁ ଆକ୍ରାନ୍ତ । ‘ସୂର୍ଯ୍ୟପ୍ରଭା’ ବୁଧବାର ସଂସ୍କରଣରେ ଏଭଳି ଆଶଙ୍କିତ ଖବର ପ୍ରକାଶ ପାଇଥିଲା । ଡ଼ାଇରିଆରେ ଶିଶୁ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତିର୍ ହେବା ପରେ ଏଭଳି ଆଶଙ୍କା ଲାଗିରହିଥିବା ବେଳେ ଆଜି ବ୍ୟାସନଗର ପୈାରାଞ୍ଚଳର ଜଣେ ଶିଶୁଙ୍କ ସମେତ ଦୁଇଜଣଙ୍କ ଡ଼ାଇରିଆରେ ମୃତୁ୍ୟ ଘଟିଛି । ଦୁଇଜଣଙ୍କ ମୃତୁ୍ୟ ପରେ ବ୍ୟାସନଗରରେ ପୁଣି ଆତଙ୍କ ଖେଳିଯାଇଛି । 
ଡାଇରିଆ ବ୍ୟାପିବା ପରେ ସରକାର ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରାଯିବା କଥା କୁହାଯାଇଥିବା ବେଳେ ବ୍ୟାସନଗରରେ ମୃତ ଶିଶୁ ଏବଂ ମହିଳା ଆଦିବାସୀ ସଂପ୍ରଦାୟର ବୋଲି ଜଣାପଡ଼ିଛି  । ଅତଏବ ଡ଼ାଇରିଆ ଅମାନିଆ ହୋଇପଡ଼ିଛି  । ସ୍ୱାସ୍ଥ୍ୟ ବିଭାଗର ତାଗିଦ୍କୁ ଖାତିର କରୁନି ଡାଇରିଆ  । ତନାଘନା ସାଙ୍ଗକୁ କେନ୍ଦ୍ର ଓ ରାଜ୍ୟ ଟିମ୍ ଯାଜପୁର ଗସ୍ତରେ ଆସି ସମୀକ୍ଷା ପରେ ସମୀକ୍ଷା କରି ଫେରୁଛନ୍ତି ସତ ହେଲେ ମୃତୁ୍ୟ ସଂଖ୍ୟା ବଢିବାରେ ଲାଗିଛି  । ଏହା ପଛରେ ସଚେତନତା ଅଭାବ ନାଁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ବିଫଳତା ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଠି କରିଛି  । ତେବେ ଝାଡ଼ାବାନ୍ତିରେ ବ୍ୟାସନଗରରୁ ପ୍ରଥମ ରୋଗୀଙ୍କ ମୃତୁ୍ୟ ଘଟିବା ଏବଂ ଏଠାରୁ ପ୍ରଥମ ଶିଶୁ ମୃତୁ୍ୟ ଘଟିବା ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲା ପ୍ରଶାସନର ଅପାରଗତାକୁ ପଦାରେ ପକାଇ ଦେଇଛି  ।
ମଙ୍ଗଳବାର ରାତିରେ ପୌରାଞ୍ଚଳ ୨୫ ନମ୍ବର ୱାର୍ଡର ପୂଜା ସାମାଡ (୨୫) ନାମକ ମହିଳା ଝାଡ଼ା ବାନ୍ତି ହେବା ପରେ ଯାଜପୁର ମେଡିକାଲରେ ଚିକିତ୍ସିତ ହେବା ପାଇଁ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଭର୍ତ୍ତି ହେବାର ୨ ଘଣ୍ଟା ପରେ ମୃତୁ୍ୟ ବରଣ କରିଥିଲେ । ସୂଚନା ଥାଉକି, ପୂଜା ସାମାଡ ୧୫ ତାରିଖ ରବିବାର ଘୋଳାବିନ୍ଧା ଓ ଝାଡ଼ା ହେଉଥିବା ଯୋଗୁ ଯାଜପୁର ରୋଡ ମେଡିକାଲକୁ ଆସିଥିଲେ  । କିନ୍ତୁ ଡାକ୍ତର କିଛି ଔଷଧ ଓଆରଏସ ଦେଇ ଘରକୁ ପଠାଇ ଦେଇଥିଲେ  । ସେ ଘରକୁ ଯିବା ପରେ ଅଙ୍ଗନବାଡି ଓ ଆଶାକର୍ମୀ କିନ୍ତୁ ମନିଟରିଂ କରିନଥିଲେ । ଚିକିତ୍ସା ନା ସଚେତନତାର ଅଭାବ ପାଇଁ ପୂଜାର ମୃତୁ୍ୟ ହେଲା ତାହା ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । ସେହିପରି ପୌରାଞ୍ଚଳ ଦ୍ଭ ୭ ପୃଷ୍ଠାରେ...