ବରିଷ୍ଠ ଶିକ୍ଷାବିତଙ୍କ ପରଲୋକ

 ଛତ୍ରପୁର:   ଛତ୍ରପୁର ନିବାସୀ ଅବସରପ୍ରାପ୍ତ ବିଦ୍ୟାଳୟ ଉପନିରୀକ୍ଷକ ତଥା ବରିଷ୍ଠ ଶିକ୍ଷାବିତ ଉମା ଚରଣ ସାହୁ (୭୭)ଙ୍କ ପରଲୋକ ଘଟିଛି । ସ୍ୱର୍ଗତ ସାହୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ତାଙ୍କର ମୃତୁ୍ୟ ଶଯ୍ୟା ନିକଟରେ, ପନôୀ, ଦୁଇ ପୁଅ, ପୁତ୍ର ବଧୂ, ନାତି ନାତୁଣୀ ଏବଂ ବନ୍ଧୁବାନ୍ଧବ ମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ସାହୁ ଛତ୍ରପୁରର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ପୂର୍ବତନ ସମ୍ପାଦକ ତଥା ଛତ୍ରପୁର ସାହିତ୍ୟ ସଂସଦର ସଦସ୍ୟ ଥିଲେ । ସ୍ୱର୍ଗତ ସାହୁ ନିଜ ଚାକିରି କାଳରେ ପୋଲସରା, କୋଦଳା, ବେଗୁନିଆପଡା, ଖଲିକୋଟ, ହିଞ୍ଜିଳିକାଟ ସମେତ ବହୁ ସ୍ଥାନରେ ଶିକ୍ଷା ନିରୀକ୍ଷକ ଭାବେ କାର୍ଯ୍ୟ କରିଥିଲେ । ସ୍ୱର୍ଗତ ସାହୁଙ୍କ ବିୟୋଗ ଖବର ପାଇ ଛତ୍ରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।