ବିଜେପି ଯୁବ ମୋର୍ଚ୍ଚା ସାଂଗଠନିକ ବୈଠକ

 ଧର୍ମଶାଳା : ଗୁରୁବାର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଯୁବ ମୋର୍ଚ୍ଚାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ବୈଠକରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ମଣ୍ଡଳ ସଭାପତି ତୀର୍ଥରାଜ ପଣ୍ଡା, ଶ୍ରୀବତ୍ସ ଧୀର, ଦେବଦ ପଣ୍ଡା, ପ୍ରଶାନ୍ତ ନାୟକ, ନେତ୍ରାନନ୍ଦ ପାତ୍ର, ବରିଷ୍ଠ କାର୍ଯ୍ୟକର୍ତା ଆଲୋକ ଲେଙ୍କା, ତପନ କୁମାର ମାହୁନ୍ତ, ଯୁବ ସଂଗଠକ ରାଜେଶ କୁମାର ପାଳ, ବିଶ୍ୱଜିତ ପୃଷ୍ଟି, ରମେଶ ବେହେରା, ରୁଦ୍ରପ୍ରସାଦ ବେହେରା, ପ୍ରଶାନ୍ତ ଦାସ, ପ୍ରଶାନ୍ତ ବେହେରା, ମୀରାକଲ ବେହେରା, ଅଂଶୁମାନ ରଥ, ଗୌତମ ସାହୁ, ରାକେଶ ବଳ ପ୍ରମୁଖ ଉପସ୍ଥିତ ରହି ସଂଗଠନ ଉପରେ ଆଲୋଚନା କରିଥିଲେ ।