ବାଇକକୁ ଧକ୍କା ଦେଲା ସ୍କୁଟି; ବୃଦ୍ଧ ମୃତ
ବ୍ୟାସନଗର : ପୌରାଞ୍ଚଳ ଚାନ୍ଦମା ଛକରେ ସ୍କୁଟି ସହିତ ବାଇକ ଧକ୍କାରେ ଜନୈକ ବୃଦ୍ଧଙ୍କ ମୃତୁ୍ୟ ଘଟିଛି । ସୂଚନା ଅନୁଯାୟୀ ସ୍କୁଟିରେ କହ୍ନେଇପୁର ଅଞ୍ଚଳର ଅମୂଲ୍ୟ କୁମାର ପାଣି ଯାଜପୁର ରୋଡରୁ ଘରକୁ ଫେରୁଥିବା ବେଳେ ହଠାତ ଚାନ୍ଦମା ଛକରେ ଅପରପକ୍ଷରୁ ଏକ ବାଇକ ଦ୍ରୁତ ଗତିରେ ଆସି ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ବୃଦ୍ଧ ଜଣଙ୍କ ସ୍କୁଟିରୁ ଛିଟିକି ପଡି ଗୁରୁତର ହେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅମୁଲ୍ୟଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କୋରେଇ ପୁଲିସ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।