ବିଞ୍ଝାରପୁର-ସିଂହପୁର ମୁଖ୍ୟ ରାସ୍ତା  କେବେ ୪ଥାକିଆ ହେବ?


ାା ପ୍ରଭାନୁ୍ୟଜ ।ା ବିଞ୍ଝାରପୁର: ଯାଜପୁର-ସିଂହପୁର ମୁଖ୍ୟରାସ୍ତା ହେଉଛି ବିଞ୍ଝାରପୁର ବାସୀଙ୍କ ଜୀବନରେଖା । ଏହି ରାସ୍ତା ଉପରେ ବିଞ୍ଝାରପୁର ସମେତ ଆଳି, ରାଜକନିକା, କେନ୍ଦ୍ରାପଡା, ବରୀ, ଦଶରଥପୁର ଅଞ୍ଚଳର ଲୋକେ ମଧ୍ୟ ନିର୍ଭର କରିଥାନ୍ତି । ଦୈନିକ ଏହି ରାସ୍ତା ଦେଇ ରାଜଧାନୀ ଭୁବନେଶ୍ୱର, କଟକ, ରାଉରକେଲା, ଯାଜପୁର ରୋଡ, ଡୁବୁରୀ,  କଲିକତା ଭଳି ରାଜ୍ୟ ତଥା ବାହାରର  ଅନେକ ସହରକୁ ପ୍ରାୟ ୫୦ରୁ ଊଦ୍ଧ୍ୱର୍ ବସ ଯାତାୟତ କରୁଛି । ଏହାଛଡା  ଜିଲା ମୁଖ୍ୟାଳୟକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଅନବରତ ଯାତ୍ରୀବାହି ଛୋଟବଡ ଗାଡି ମଧ୍ୟ ଯାଆ ଆସ କରୁଛି । ଅନେକ କଲେଜ ଓ ସ୍କୁଲକୁ ଏହି ରାସ୍ତା ସଂଯୋଗ କରୁଥିବାରୁ ଦୈନିକ ଶହଶହ ଛାତ୍ରଛାତ୍ରୀ ଏହି ରାସ୍ତାରେ ଗମନାଗମନ କରିଥାନ୍ତି । ମାତ୍ର ପରିତାପର ବିଷୟ ଏହି ବ୍ୟସ୍ତ ବହୁଳ ରାସ୍ତା ଏବେ ଲୋକଙ୍କ ପାଇଁ ମରଣଜନ୍ତା ପାଲଟିଛି । ଦୁଇ ଲେନ ବିଶିଷ୍ଠ ଏହି ରାସ୍ତା ରେ ଦୈନିକ ର୍ଦୁଘଟଣା ଘଟି ଅନେକ ଧନ ଜୀବନ ହାନି ହେଉଛି । 
ଏତେ ସଂଖ୍ୟକ ଗାଡି ମଟର ବ୍ୟବହାର ହେଉଥିଲେ ହେଁ ଆରଆଣ୍ଡବି ବିଭାଗ ଏହି ରାସ୍ତାକୁ ପ୍ରସସ୍ତି କରଣ କରିବା କିମ୍ବା ଲେନ ବୃଦ୍ଧି କରିବା ପାଇଁ ଆନ୍ତରିକତା ପ୍ରକାଶ କରୁନଥିବାରୁ ଧିରେଧିରେ ସ୍ଥିତି ଜଟିଳ ହେଉଛି । ଯାଜପୁରରୁ ବିଜିପୁର ପର୍ଯ୍ୟନ୍ତ ୪ ଲେନ ରାସ୍ତା କାର୍ଯ୍ୟ ଚାଲୁଥିଭା ବେଳେ ବିଞ୍ଝାରପୁର ଆରଆଣ୍ଡବି ଅଧିନରେ ଥିବା ବିଜିପୁର ଠାରୁ ସିଂହପୁର ପର୍ଯ୍ୟନ୍ତ ରାସ୍ତା ଏବେ ବିପଦ ଜନକ ହୋଇପଡିଛି । ବର୍ଷବର୍ଷ ଧରି ଏହି ରାସ୍ତାକୁ ୪ଲେନ କରିବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଲୋକଙ୍କ ଦାବିକୁ ଉଚ୍ଚ ଅଧିକାରୀଙ୍କୁ କେବଳ ଅବଗତ କରି ଚୁପ୍ ରହିଛନ୍ତି । ଏହି ରାସ୍ତା ୪ ଲେନ ହେଲେ ବିଞ୍ଝାରପୁର ବାସୀ ବିଶେଷ ଭାବେ ଉପକୃତ ହେବା ସହିତ ଧାମରା ପୋର୍ଟ, ଭିତରକନିକ ଜାତୀୟ ଉଦ୍ୟନ ଭଳି ସ୍ଥାନକୁ ଯାତାୟତ ସହଜ ହୋଇପାରନ୍ତା । ଏଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେବାକୁ ସାଧାରଣରେ ଦାବି କରାଯାଇଛି ।