ପିଇବା ପାଣି ପାଇଁ ରାସ୍ତାରୋକ
ନୀଳଗିରି: ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ । ଏସିରେ ଶୋଇଛି ପ୍ରଶାସନ । ଗ୍ରୀଷ୍ମର ପ୍ରଭାବରେ ଜଳକଷ୍ଟକୁ ଅଙ୍ଗେ ଅଙ୍ଗେ ଅନୁଭବ କରୁଛି ସାଧାରଣ ମନୁଷ୍ୟ । ଏଭଳି ପରିସ୍ଥିତିରେ ନୀଳଗିରି ଅଞ୍ଚଳର ଅଧିକାଂଶ ସ୍ଥାନରେ ପିଇବା ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତିି ଲୋକେ । ଏନେଇ ପ୍ରଶାସନର ନିଘା ନଥିବା ବେଳେ ନୀଳଗିରି ଝରଣାଘାଟି ୧୯ନଂ ରାଜ୍ୟ ରାଜପଥ ଗରଡି ପଓ୍ଚାୟତ କଳାକାଦ ଛକ ଠାରେ ସ୍ଥାନୀୟ ମହିଳା ଗରା, ବାଲଟି, ହଣ୍ଡା ଧରି ଲୋକେ ରାସ୍ତାରୋକ କରିଥିଲେ । ବସୁଧା ଯୋଜନାରେ ପାଣି ଆସୁନଥିବା ବେଳେ ସମସ୍ତ ନଳକୂପ ମଧ୍ୟ ଅଚଳ ହୋଇ ପଡ଼ିରହିଛି । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ନହେବାରୁ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇଥିଲେ । ଫଳରେ ରାସ୍ତାର ଉଭୟପାର୍ଶ୍ୱରେ ବହୁସଂଖ୍ୟକ ଯାତ୍ରୀବାହୀ ବସ, ଟ୍ରକ୍ ଓ ଅନ୍ୟାନ୍ୟ ଛୋଟବଡ ଗାଡ଼ି ଅଟକି ରହିଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବରପାଇ ବରହମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ବିଭାଗୀୟ ଅଧିକାରୀ ପହଞ୍ଚô ଟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ପରେ ରାସ୍ତାରୋକ୍ ହଟିଥିଲା ।