ବିଜେପିର ତ୍ରିରଙ୍ଗା ଶୋଭାଯାତ୍ରା
ତାଳଚେର: ରାଜ୍ୟ ବିଜେପିର ନିଷ୍ପତ୍ତି କ୍ରମେ ସମଗ୍ର ରାଜ୍ୟରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା, ହର ଘର ତ୍ରିରଙ୍ଗା, ସ୍ୱଚ୍ଛ ଭାରତ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ତାଳଚେରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତାଳଚେର ହାଟ ତୋଟା ହନୁମାନ ମନ୍ଦିର ଠାରୁ ହାତରେ ତ୍ରିରଙ୍ଗା ପତାକା ଧରି ଶତାଧିକ କାର୍ଯ୍ୟକର୍ତ୍ତା ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସହିଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଜୋନାଲ ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ମଣ୍ଡଳ ସଭାପତି ଅଜୟ ସାହୁ, ମାନସ ସାହୁ, ସୁଶାନ୍ତ ସାମଲ, ରାଜେଶ ଦଳେଇ, ସନ୍ତୋଷ ମହାନ୍ତି, ଦୀପକ କୁମାର ଦାସ, ବରିଷ୍ଠ ନେତା ରାଜେନ୍ଦ୍ର ସିଂହ, ଲୋକନାଥ ସାହୁ, ବିଭୁତି ସାହୁ, ମନୋଜ ପ୍ରଧାନ, ପେସ୍କାର ଗଡ଼ନାୟକ, ଅଖିଳ ସାମଲ, ଗୋପାଳ ସାହୁ, ଶୋଭାଗିନୀ ପ୍ରଧାନ, ଜସ୍ମିନ ପ୍ରଧାନ, ଉର୍ମିଳା ଦେହୁରୀଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।